ଭୁବନେଶ୍ୱର ନିକୋ ପାର୍କ ପାଖରେ ଦବିଲା ରାସ୍ତା ; ଯାତାୟାତ ବାଧାପ୍ରାପ୍ତ
7/09/2018 at 6:16 PM

ଭୁବନେଶ୍ୱର ୭/୯ : ଭୁବନେଶ୍ୱର ଦି ୱାର୍ଲଡ ରୁ ନିକୋ ପାର୍କ ରାସ୍ତା ଆଜି ହଠାତ ଦବି ଯାଇଛି | ଫଳରେ ଏହି ରାସ୍ତା ଦେଇ ଯାତାୟାତ ଠପ ହୋଇଯାଇଛି | ରାସ୍ତା ପ୍ରାୟ ୧୦ ଫୁଟ ଦବି ଯାଇଥିବା ବେଳେ ରାସ୍ତା ତଳେ ସୁଡ଼ଙ୍ଗ ଭଳି ହୋଇ ରହିଛି | ଆଗକୁ ହକି ୱାର୍ଲଡ କପ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ ପାଖ ରାସ୍ତାର ଏଭଳି ଅବସ୍ଥା ଉଦବେଗର ବିଷୟ ହୋଇଛି | ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଦବି ଯିବା ଯୋଗୁଁ ଲୋକମାନେ ୱାର୍ଲଡ ଛକରୁ ଡାହାଣକୁ ୯ ନଂ ନିକୋ ପାର୍କ ଛକ ଦେଇ ଯାତାୟାତ କରିପାରୁନାହାନ୍ତି | ରାସ୍ତା ଦବି ଯିବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ପହଂଚିଥିଲେ ମଧ୍ୟ ବିଏମସି କିମ୍ବା ରାସ୍ତା ନିର୍ମାଣକାରୀ କୌଣସି ସରକାରୀ ସଂସ୍ଥାର ଅଧିକାରୀ ଘଟଣାସ୍ଥଳରେ ପହଂଚି ନଥିଲେ | ପୋଲିସ ସମ୍ପୃକ୍ତ ଅଂଚଳକୁ କର୍ଡନ କରି ଯାତାୟାତ ଉପରେ କଟକଣା ଲାଗିଛି |
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021