ବ୍ୟବସାୟୀଙ୍କୁ ବ୍ଲାକମେଲ କରି ଯୁବକ ଗିରଫ

Published By : Prameya-News7 Bureau | July 31, 2018 IST

ବ୍ୟବସାୟୀଙ୍କୁ ବ୍ଲାକମେଲ କରି ଯୁବକ ଗିରଫ | ବରଗଡ଼ର ଜଣେ ବ୍ୟବସାୟୀ ନିବେଶ ଶର୍ମାଙ୍କୁ ବ୍ଲାକମେଲିଙ୍ଗ କରି ଅଢେଇ ଲକ୍ଷ ଟଙ୍କା ନେଇଯାଇଥିଲେ ବ୍ଲାକମେଲର | ଆହୁରି ଅଧିକ ଅଢେଇ ଲକ୍ଷ ତାଙ୍କ ନେବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି | ତେବେ ଅଭିଯୁକ୍ତ ଜଣକୁ ଗିରଫ କରିଛି ପୋଲିସ | ଗିରଫ ଯୁବକ ହେଉଛନ୍ତି ଭୁବନେଶ୍ୱର ଜୟଦେବ ବିହାର ଅଂଚଳର ଅନନ୍ତ ମହାରଣା | ବ୍ୟବସାୟୀ ନିବେଶକଙ୍କ ଠାରୁ ଅଭିଯୋଗ ପାଇବା ପରେ ଅନନ୍ତକୁ ଗିରଫ କରିଛି ଖଣ୍ଡଗିରି ପୋଲିସ | କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କ ନାଁରେ ଆହୁରି ଗୋଟେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି | ପୁରୀର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରି ବାହାରେ ପ୍ରଘଟ କରିଦେବାର ଧମକ ଦେଇ ବ୍ଲାକମେଲିଙ୍ଗ କରୁଥିବାର ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.