ଘଣ୍ଟାଏ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ
12/08/2018 at 10:33 AM

ଭୁବନେଶ୍ୱର ୧୨/୮ : ଆଜି ରାଜଧାନୀରେ ପ୍ରବଳ ବର୍ଷା ହୋଇଛି । ଘଣ୍ଟାଏ ବର୍ଷାରେ ଭୁବନେଶ୍ବର ବୁଡ଼ିଯାଇଛି । ଅନେକ ସ୍ଥାନ ପାଣି ଘେରରେ ରହିଛି । ବର୍ଷା ପାଣିରେ ଭାସୁଛି କାର,ଅଟୋ । ଇସ୍କନ ମନ୍ଦିର ଆଗ ଜାତୀୟ ରାଜପଥ ଆଗରେ ଅଣ୍ଟାଏ ଅଣ୍ଟାଏ ପାଣି ଜମା ହୋଇରହିଛି । ଭାସମାନ କାର ଓ ଅଟୋରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ରାସ୍ତାରୁ ଜବରଦଖଲ ହଟାଇବା ବିଏମସି ପକ୍ଷରୁ ଉଦ୍ୟମ ହୋଇଥିଲା । ବର୍ଷ ହେଲେ ଭୁବନେଶ୍ୱରରେ ଏହି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି | ଏଭଳି ପାଣି ଜମି ରହିବ ଫଳରେ ଲୋକେ ମଧ୍ୟ ହନ୍ତସନ୍ତ ହେଉଛନ୍ତି | ଗୋଟିଏ ଘଣ୍ଟାର ଲଗାଣ ବର୍ଷାରେ ରାଜଧାନୀ ଅବସ୍ଥା ସାଙ୍ଘାତିକ ହୋଇପଡିଛି |