ଅସୁରକ୍ଷିତ ରାଜଧାନୀ, ନାବାଳିକା ଅସଦାଚରଣ ମାମଲାରେ ପୁଲିସର ହାତ ଖାଲି

Published By : Prameya-News7 Bureau | August 27, 2019 IST

ଭୁବନେଶ୍ବର  ୨୭୮- ନାବାଳିକାକୁ ଅସଦାଚରଣ  ଘଟଣା ଘଟିବାର ୬ ଦିନ ହୋଇଗଲାଣି । ମାତ୍ର ପୋଲିସର ହାତ ଖାଲି ।ଏଭଳି ଘଟଣାଟି  କୌଣସି ଉପାନ୍ତା ଅଞ୍ଚଳରେ ଘଟି ନାହିଁ । ଖୋଦ ରାଜଧାନୀ ଭୁବନେଶ୍ବର ଏକ ଜନଗହଳୀ ପୂର୍ଣ୍ଣ ଇଲାକାରେ ଘଟିଛି । ଯୌନ ପିପାସୁ ରାଜଧାନୀରେ ଅନାସୟରେ ବୁଲୁଛି ।

{"id":149731}

ଭଲ କରି ଦେଖନ୍ତୁ ଏହି  ଫଟୋକୁ । ଇଏ ହେଉଛି ଲକ୍ଷ୍ମୀ ସାଗର ଥାନା ଅଧିନସ୍ଥ ଶବର ସାହି ଲେନ୍ । ସମୟ ପାଖାପାଖି ସଂନ୍ଧ୍ୟା ୫ ଟା ବାଜି ୪୨ ମନିଟ୍ । ଜଣେ ନାବାଳିକା ଯୁବତୀ ସାଇକେଲରେ  ଏହି ଲେନ ବାଟେ ଟିଉସନ ଯାଉଥଲେ । ସ୍କୁଟିରେ ଜଣେ ଯୁବକ ଉକ୍ତ ନାବାଳିକା ଯୁବତୀକୁ ପିଛା କରୁଛି । ପ୍ରଥମେ ତା ସହ କିଛି କଥା  ହୋଇଥିଲା । କଥା ହେବାର କିଛି ସମୟ ପରେ ଉକ୍ତ ନାବାଳିକା ଯୁବତୀକୁ ଜବର ଜବରଦସ୍ତି ଅଟକାଉଛି । ପରେ ତା ସହ ଅସଦାଚରଣ କରୁଛି । ଏ ପୁରା ଘଟଣା ଏକ ସିସି ଟିଭି ଫୁଟେଜରେ କୈଦ ହୋଇଯାଇଥିଲା । ଗତ ୨୧ ତାରିଖ ଏହି ଘଟଣା ଘଟିଛି । ଏହାକୁ ନେଇ ଉକ୍ତ ନାବାଳିକା ଯୁବତୀର ପରିବାର ଲୋକଙ୍କ  ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ଦାୟର ହୋଇଥିଲା । ମାତ୍ର ପୋଲିସ ଦୋଷୀକୁ ଏଯାଏ ପାଉନି । ଅପରପକ୍ଷରେ ଏହାକୁ ନେଇ ତଦନ୍ତ ଚାଲିଛି । ଦୋଷୀ ବିରୋଧରେ ତୁରନ୍ତ କାର୍ଯନୁଷ୍ଠାନ ହେବ ବୋଲି  ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ କହିଛନ୍ତି ।

{"id":149732}

ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଛି । ୨୦୧୮ ର ରେକର୍ଡ ଅନୁସାରେ ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲା ପୂର୍ବ ବର୍ଷ ଅପେକ୍ଷା ଅଧିକ ଥିଲା । ଯାହାକୁ ନେଇ କମିଶନରେଟ ପୋଲିସ ସମାଲୋଚନାର ଶିକାର ହୋଇଥିଲା । ତେବେ ଏହାକୁ ରୋକିବା ପାଇଁ ପରୀ ଯୋଜନା ଆରମ୍ଭ କରିଥିଲା । ମାତ୍ର ଏବେ ସବୁ ପରେ ଏଭଳି ଘଟଣା ସାମ୍ନାକୁ ଆସିବା, କମିଶନରେଟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପୂର୍ବତନ ପୋଲିସ ଡିଜି ଏସ.ଏନ.ତିଓ୍ୱାରୀ କହିଛନ୍ତି ।

{"id":149733}

ନବାଳିକାକୁ ଅସଦାଚରଣ କରି ଅନାୟାସରେ ଭୁବନେଶ୍ବରରେ ବୁଲୁଛି ଯୌନ ପିପାସୁ । ଘଟଣା ଘଟିବାର ୬ ଦିନ ହୋଇ ଗଲାଣି । ମାତ୍ର ଏଯାଏ ପୋଲିସ ହାତ ଖାଲି । ଏଥିରୁ ସ୍ପଷ୍ଟ ଜଣାପଡୁଛି ନାବାଳିକା ଯୁବତୀଙ୍କ ପାଇଁ ରାଜଧାନୀ ସତରେ ଅସୁରକ୍ଷିତ ।

{"id":149734}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.