ଭୁବନେଶ୍ବର ବିଶ୍ବର ଚତୁର୍ଥ ଉତ୍ତପ୍ତ ସହର

Published By : Prameya-News7 Bureau | April 17, 2019 IST

ଭୁବନେଶ୍ବର ୧୭।୪: ବିଶ୍ବର ଚତୁର୍ଥ ଉତ୍ତପ୍ତ ସହର ଭୁବନେଶ୍ବର । 'ଏଲ ଡୋରାଡୋ'ର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ କରାଯାଇଥିବା ବିଶ୍ବର ବିଭିନ୍ନ ସହରର ତାପମାତ୍ରା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଏହି ତାଲିକାର ପ୍ରଥମରେ ରହିଛି ସେନେଗାଲର ମାତମ ୪୫ ଡିଗ୍ରୀ, ଦ୍ବିତୀୟରେ ସେନେଗାଲର କୋଲଦା ୪୪.୪ ଡିଗ୍ରୀ, ତୃତୀୟରେ ମିଆଁମାରର ଚଉକ ୪୪.୧ ଡିଗ୍ରୀ ଥିଲା । ଭୁବନେଶ୍ବରର ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଖରା ତାତିରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହୋଇଗଲାଣି। ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା। ଏପରି କି, ଟିଟିଲାଗଡ଼ ଓ ତାଳଚେରକୁ ପଛରେ ପକାଇ ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ସର୍ବାଧିକ ୪୩.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ୨୪ଘଣ୍ଟା ଲାଗି ରହିବ ତାତି । ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ତାଳଚେରରେ ୪୩, ଅନୁଗୋଳରେ ୪୨.୭, ଟିଟଲାଗଡରେ ୪୨, କଟକରେ ୪୧, ଝାରସୁଗୁଡାରେ ୪୦, ମାଲକାନଗିରିରେ ୪୦.୮, ଚାନ୍ଦବାଲିରେ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶୁକ୍ରବାର ଠାରୁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.