ଭୁବନେଶ୍ୱର ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବ, ଦିନେଶ ମହାନ୍ତିଙ୍କୁ ପେସିଡେଣ୍ଟ ଅଫ ଇଣ୍ଡିଆ ଗୋଲଡ଼ ମେଡାଲ ପ୍ରଦାନ

Published By : Prameya-News7 Bureau | October 20, 2021 IST

ଜଟଣୀ, ୨୦/୧୦: ଭର୍‌ଚୁଆଲ ମୋଡ଼ରେ ଅନୁଷ୍ଠିତ ହେଇଛି  ଭୁବନେଶ୍ୱର ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ଆଇଆଇଟିର ୫୫୯ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି  ଡିଗ୍ରୀ ଉପାଧି । ସମାବର୍ତ୍ତନ ଉତ୍ସବରେ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି, ୧୫୩ ଜଣଙ୍କୁ ଏମଟେକ, ୭୯ ଜଣଙ୍କୁ ଏମଏସ୍‌ସି, ୨୫୬ ଜଣଙ୍କୁ ବିଟେକ ଏବଂ ୩୬ ଜଣଙ୍କୁ ଦୁଇଟି ଲେଖାଏଁ ଡିଗ୍ରୀ ପ୍ରଦାନ କରାଯାଇଛି । ସେହିପରି କମ୍ପ୍ୟୁଟର ସାଇନ୍ସ ବିଭାଗରେ ଦିନେଶ ମହାନ୍ତିଙ୍କୁ ପେସିଡେଣ୍ଟ ଅଫ ଇଣ୍ଡିଆ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି ।

ଛାତ୍ର ଶିବମ ହଣ୍ଡା, ଶାଶ୍ୱତ କୁମାର ପଣ୍ଡା ଓ ହିତେଶ ଗୁପ୍ତାଙ୍କୁ ଡ଼ାଇରେକ୍ଟର ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି । ସମାବର୍ତ୍ତନ ଉତ୍ସବରେ ଭୂବନେଶ୍ବର ଆଇଆଇଟି ନିର୍ଦ୍ଦେଶକ ଆର.ଭି ରାଜାକୁମାର, ରେଜିଷ୍ଟ୍ରାର ଦେବରାଜରଥ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଭରଚୁଆଲ ମୋଡ଼ରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ଇନ୍ଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣମୂର୍ତ୍ତି । ଡ. ରାଜେନ୍ଦ୍ର ପ୍ରସାଦ ସିଂ ପରିଶେଷରେ ଧନ୍ୟବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.