ପ୍ରତିଷ୍ଠା ଦିବସରେ ଫିଟ୍‌ ରହିବାର ମନ୍ତ୍ର ବାଣ୍ଟିଲା ଆଇସିଏସ୍‌ଆଇ, ଆୟୋଜନ କଲା ୱାକାଥନ୍

Published By : Prameya-News7 Bureau | October 04, 2021 IST

ଭୁବନେଶ୍ୱର, ୦୪/୧୦: ଆଧୁନିକତାର ସ୍ପର୍ଶରେ ଯୁବପିଢ଼ି ଧୀରେଧୀରେ ଅଳଶ ହୋଇଯାଉଛନ୍ତି । ଯାହା ଫଳରେ ବୟସ ନହେଉଣୁ ବିଭିନ୍ନ ପ୍ରକାର ରୋଗ ମାଡ଼ିବସୁଛି । ମୋଟାପଣ, ଚୁଟି ଝଡ଼ିବା ଏବଂ ଆଣ୍ଠୁଗଣ୍ଠି ଭଳି ରୋଗ ଏବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ଏହାର ପ୍ରତିକାର ପାଇଁ ଭୁବନେଶ୍ୱର ସ୍ଥିତ ଭାରତୀୟ କମ୍ପାନୀ ସଚିବ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇସିଏସ୍‌ଆଇ) ସମାଜକୁ ଏକ ଭଲ ବର୍ତ୍ତା ପ୍ରଦାନ କରିଛି ।

ସାରା ଦାଶରେ କମ୍ପାନୀ ସେକ୍ରେଟାରୀ ଅଫ୍‌ ଇଣ୍ଡିଆ ଏହାର ୫୩ତମ ପ୍ରତିଷ୍ଠା ଦିବସ ପଳନ କରୁଛି ।ଭୁବନେଶ୍ୱର ଆଇସିଏସ୍‌ଆଇ ଚାପ୍ଟର ଏହି ଦିବସ ପାଳନ ଅବସରରେ ଫିଟ୍‌ ଇଣ୍ଡିଆ ୱାକାଥନ୍‌ର ଆୟୋଜନ କରିଥିଲା । ଏଥିରେ ଅଳସୁଆ ଦିଗକୁ ଗତି କରୁଥିବା ଯୁବପିଢ଼ିଙ୍କୁ ନିଜକୁ ଫିଟ୍‌ ରହିବାର ମନ୍ତ୍ର ଦେବା ସହିତ ଶରୀରକୁ ଫିଟ୍‌ ରଖିବା ପାଇଁ ଆବଶ୍ୟକ ବାୟାମ କରିବାକୁ ଉପଦେଶ ଦିଆଯାଇଥିଲା । ଏହାର ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଦିନ ବାୟାମ କରିବା ସହିତ ସକାଳୁ ସକାଳୁ ଚାଲିବାକୁ ଶପଥ ନେଇଥିଲେ । ସେମାନେ କିପରି ନିଜକୁ ଫିଟ୍‌ ରଖିବେ ଏବଂ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ଏହାର ଆଞ୍ଚଳିକ ଅଧ୍ୟକ୍ଷ ସିଏସ୍‌ ରାଜେନ୍ଦ୍ର କୁମାର କର ସ୍ୱାଗତ ଭାଷଣ ଦେଇ ଫ୍ଲାଗ୍‌ ହୋଷ୍ଟିଂ କରିଥିଲେ ।

ତେବେ ଏହି ୱାକାଥନ୍‌ରେ ଉପ-ଅଧ୍ୟକ୍ଷ ସିଏସ୍‌ ଜ୍ୟୋତିର୍ମୟ ମିଶ୍ର, ସମ୍ପାଦକ ସିଏସ୍‌ ଅଜୟ କୁମାର ମାଝିଙ୍କ ସମେତ ବହୁ ସଦସ୍ୟ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇ ୨-୩ କିମି ପ୍ରାତଃ ଭ୍ରମଣ କରିଥିଲେ । ଅନୁଷ୍ଠାନର ଛାତ୍ର ରମେଶ ବାରିକ, କାହ୍ନୁ ଚରଣ ସାହୁ, ପଙ୍କଜ ପରିଡ଼ା, ମନୋଜ କୁମାର ବାରିକ ପ୍ରମୁଖ ଏଥିରେ ସହଯୋଗ କରିଥିବା ବେଳେ ପରିଚାଳନା ଅଧିକାରୀ ଆୟୋଜନର ସମସ୍ତ ଦାୟିତ୍ୱ ନେଇଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.