ଭୁବନେଶ୍ବର ହାଇୱେ ଇନ୍ ରୁ ମୃତଦେହ ମିଳିଥିବା ମହାଳାଙ୍କ ମିଳିଲା ପରିଚୟ; ଦୁଇଟି ସନ୍ତାନର ମା ପୁରୁଷ ବନ୍ଧୁଙ୍କ ସହ ଥିଲେ ହୋଟେଲରେ

Published By : Prameya-News7 Bureau | August 24, 2018 IST

ଭୁବନେଶ୍ବର୨୪|୮: ହୋଟେଲ ଭିତରେ ମହିଳାଙ୍କୁ ଜଘନ୍ୟ ହତ୍ୟା । ଏକ ଲୁହା ରଡରେ ପିଟିପିଟି ହତ୍ୟାକରାଯାଇଛି ଖୋର୍ଦ୍ଧା ଗୋଡା ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ବାଳଙ୍କୁ । ଲକ୍ଷ୍ମୀପ୍ରିୟା ପୂର୍ବରୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ଫେସବୁକରେ ଲକ୍ଷ୍ନୀପ୍ରିୟା ଆଦିତ୍ୟଙ୍କୁ ଗତ କିଛିମାସ ଧରି ପ୍ରେମ କରିଥିଲେ । ଏପରିକି ଦୁଇଜଣଙ୍କ ମଧ୍ୟରେ ମିଳାମିଶା ବଢିଯାଇଥିଲା । ଲକ୍ଷ୍ନୀପ୍ରିୟା ଆଦିତ୍ୟ ସହିତ ବାଙ୍ଗାଲୁର ମଧ୍ୟ ଯାଇଥିଲେ । ଗତ ୨୨ ତାରିଖରେ ଆଦିତ୍ୟ ଓ ଲକ୍ଷ୍ନୀପ୍ରିୟା ମଞ୍ଚେଶ୍ବର ଥାନା ଅଧିନରେ ଥିବା ହୋଟେଲ ହାଇୱେ ଇନରେ ନିଜକୁ ସ୍ବାମି ସ୍ତ୍ରୀ ର ପରିଚୟ ଦେଇ ରୁମ ବୁକ କରିଥିଲେ । ୨୩ ତାରିଖ ଦିନ ଗୋଟାଏ ବେଳେ ହୋଟେଲ ମ୍ୟାନେଜର ଆଦିତ୍ୟଙ୍କୁ ରୁମ ଭଡା ମାଗିଥିଲେ । ବାହାରୁ ଆସିଲେ ଦେବି କହି ରୁମରେ ତାଲା ପକାଇ ଆଦିତ୍ୟ ବାହାରି ଯାଇଥିଲେ । ହେଲେ ରାତି ୧୦ଟା ପର୍ଯ୍ୟନ୍ତ ଆଉ ହୋଟେଲକୁ ଫେରିନଥିଲେ । ହୋଟେଲ ମ୍ୟାନେଜର ସଂନ୍ଦେହ କରି ମାଞ୍ଚେଶ୍ବର ଥାନାରେ ଖବର ଦେବାପରେ ପୋଲିସ ରୁମ ଭାଙ୍ଗିଥିଲା । ରୁମ ଭିତରେ ଲକ୍ଷ୍ନୀପ୍ରିୟାଙ୍କର କ୍ଷତବିକ୍ଷତ ମ଼ତ ଶରୀର ପଡି ରହିଥିବା ବେଳେ ସେଠାରୁ କାଗଜରେ ଗୁଡା ଯାଇଥିବା ଏକ ରକ୍ତଭିଜା ରଡ ପୋଲିସ ପାଇଥିଲା । ସେପଟେ ହୋଟେଲରେ ଆଦିତ୍ୟ ଯେଉଁ ଆଧାର କାର୍ଡ ଦେଇଥିଲା ତାହା ନକଲି ବୋଲି ପୋଲିସ ଜାଣିବାକୁ ପାଇଛି । ସେହି ଠିକଣାରେ କେହି ଲୋକ ନଥିବା ଜଣା ପଡିଛି । ତେବେ ଲକ୍ଷ୍ନୀପ୍ରିୟାଙ୍କ ମାଙ୍କ କହିବା ଅନୁଯାୟି ଆଦିତ୍ୟଙ୍କ ଘର ବ୍ରହ୍ମଗିରିରେ । ଗତକାଲି ଯେତେବେଳେ ତାଙ୍କ ଝିଅ ତାଙ୍କ ସହିତ ସେ ମୋବାଇଲରେ କଥା ହେଉଥିଲେ ସେତେବେଳେ ଆଦିତ୍ୟ ଓ ଲକ୍ଷ୍ମୀପ୍ରିୟାଙ୍କ ବ୍ୟତୀତ ଅନ୍ୟ କେହି ଜଣେ ମଧ୍ୟ ରୁମ୍ରେ ଥିବା ନେଇ ସଂନ୍ଦେହ କରିଛନ୍ତି । ତେବେ ଆଦିତ୍ୟଙ୍କ ପ୍ରକୃତ ଠିକଣା କଣ । ସେ ବାଙ୍ଗାଲୁରରେ କଣ କରୁଛନ୍ତି ସେ ନେଇ ପୋଲିସ କୋଳ ତାଡ କରୁଛି। ସେପଟେ କମିସନରେଟ ପୋଲିସ ଅଧିନରେ ଥିବା ସମସ୍ତ ହୋଟେଲରେ ସିସିଟିଭି ଲଗାଇବାର ନିୟମ ଥିଲେ ମଧ୍ୟ ହାଇୱେ ଇନରେ କାହିଁକି ସିସିଟିଭି ଲଗିନଥିଲା ତାହା ମଧ୍ୟ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.