କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମା, ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇବ ବିଏମ୍‌ସି

Published By : Prameya-News7 Bureau | June 20, 2020 IST

ଭୁବନେଶ୍ବର ୨୦।୬: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମା ଅଞ୍ଚଳ । ଭୁବନେଶ୍ବର ସ୍ଥିତ ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବିଏମ୍‌ସି କମିଶନର । ହନୁମାନ ମନ୍ଦିରରୁ-ଶନିମନ୍ଦିର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ବର ସ୍ଥିତ ଡୁମୁଡୁମାର ସୁବାସ ନଗର ବସ୍ତିରେ ବାହାରିଛନ୍ତି ଅନେକ ପଜିଟିଭ୍ । ଏଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଚିହ୍ନଟ ପ୍ରାୟ ସମସ୍ତ କେସ୍‌ର ଟ୍ରାଭେଲ ହିଷ୍ଟ୍ରି ନାହିଁ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.