ଯୁବକଙ୍କୁ ଅପହରଣ କରାଯାଇନି, ଟ୍ବିଟ୍‌ କରି ସୂଚନା ଦେଲେ ଭୁବନେଶ୍ବର ଡିସିପି

Published By : Prameya-News7 Bureau | June 03, 2021 IST

ଭୁବନେଶ୍ବର ୩/୬: ଗୁରୁବାର ଭୁବନେଶ୍ବରର ଡେଳ୍ଟା ଛକରେ ଜଣେ ଯୁବକଙ୍କୁ ଅପହରଣ ହେଉଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯୁବକଙ୍କୁ ଅନ୍ୟ ୩ ଯୁବକ ଜବରଦସ୍ତି କାରରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା। ଏପରିକି ଯୁବକଜଣଙ୍କ ଜୋରରେ ଚିତ୍କାର ମଧ୍ୟ କରୁଥିଲେ। ତେଣୁ ଏହାକୁ ଏକ ଅପହରଣ ବୋଲି କୁହାଯାଉଥିଲା।

wp:embed {"url":"https://twitter.com/dcpbbsr/status/1400484840768630786","type":"rich","providerNameSlug":"twitter","responsive":true,"className":""}
https://twitter.com/dcpbbsr/status/1400484840768630786
/wp:embed

ଏହି ଘଟଣାରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ ଯୁବକଙ୍କୁ ଅପହରଣ କରାଯାଇନି। ଯୁବକଙ୍କ ପତ୍ତା ମିଳିସାରିଛି। ସେ ଏକ ନିଶାନିବାରଣ କେନ୍ଦ୍ରରୁ ଖସି ପଳାଇଆସିଥିଲେ ବୋଲି ଡିସିପି ଲେଖିଛନ୍ତି। ନିଶାନିବାରଣ କେନ୍ଦ୍ରର ପରିସ୍ଥିତି ସହ ଅନ୍ୟ ଦିଗ ଉପରେ ପୋଲିସ ଛାନଭିନ୍‌ କରୁଛି ବୋଲି ଟ୍ବିଟ୍‌ରରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ଡିସିପି।

wp:embed {"url":"https://www.youtube.com/watch?v=1fvz4CmF4Vg","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=1fvz4CmF4Vg
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.