ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ

Published By : Prameya-News7 Bureau | September 24, 2021 IST

ଭୁବନେଶ୍ବର ୨୪।୯: ଭୁବନେଶ୍ବର କୋର୍ଟରେ କରୋନା ସଂକ୍ରମଣ । କୋର୍ଟ ପରିସର ୩ ଦିନ ପାଇଁ ସିଲ୍ ହେଲା । କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କୋର୍ଟ ପରିସର ସିଲ୍ ରହିବ ।

କୋଭିଡ୍ ସଂକ୍ରମଣ ପାଇଁ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ତିନି ଦିନ ବନ୍ଦ ରହିବ। ଏହାସହ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି । ୨୭ ତାରିଖରେ କ୍ୟାମ୍ପ୍ ଖୋଲାଯାଇ ସବୁ କର୍ମଚାରୀଙ୍କ RTPCR ଟେଷ୍ଟ କରାଯିବା ନେଇ ସୂଚନା ରହିଛି ।

{"id":516822,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.