ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର କଂଗ୍ରେସ ୩ ଘଣ୍ଟିଆ ବନ୍ଦ ପାଳନ କରୁଛି
25/05/2018 at 5:14 AM

ତୈଳ ଦର କମୁନି, ଲଗାତର ଦ୍ବାଦଶ ଦିନ ପାଇଁ ବଢିଛି ପେଟ୍ରୋଲ ଡିଜେଲ ଦର । ପେଟ୍ରୋଲ ଲିଟର ୩୬ ପଇସା ଓ ଡିଜେଲ ୨୪ ପଇସା ବଢିଛି । ବିଜେପି ସଭାପତି ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଶ୍ବସନା ଓ ପ୍ରତିଶ୍ରୁତି ସ୍ବତ୍ତ୍ବେ କମୁନି ଲୋକଙ୍କ ଟେନସନ୍ । ଦର ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବରରେ କଂଗ୍ରେସ ୩ ଘଣ୍ଟିଆ ବନ୍ଦ ପାଳନ କରୁଛି । ତେଲଦର ବୃଦ୍ଧିକୁ ନେଇ କଂଗ୍ରେସ ବାରମ୍ବାର ଉଭୟ ସରକାରଙ୍କୁ ନିନ୍ଦା କରୁଛି । ଗତକାଲି କଟକରେ ଶାନ୍ତି ପୂର୍ଣ୍ଣ ଆନ୍ଦେ।ଳନ କରି ଗେ।ଟିଏ ଦିନ ଗାଡ଼ିରେ ତେଲ ନ ପକାଇବା ପାଇଁ କଟକବାସୀଙ୍କୁ ଅନୁରେ।ଧ କରିଛି କଂଗ୍ରେସ । ସେହିପରି ଆଜି ଭୁବନେଶ୍ବରର ବିଭିନ୍ନ ପମ୍ପ ଆଗରେ ବନ୍ଦ ପାଳନ କରିବ କଂଗ୍ରେସ । ସକାଳ ୧୦ଟାରୁ ଦ୍ବିପ୍ରହର ୧ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦେ।ଳନ ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021