ଭୁବନେଶ୍ୱରରୁ ସାଇବର ଠକ ଗିରଫ

Published By : Prameya-News7 Bureau | June 26, 2018 IST

ଭୁବନେଶ୍ୱର କମିଶନରେଟ ପୋଲିସ ହାତରେ ଧରା ପଡିଛି ସାଇବର ଠକ | ଫେସବୁକରେ ଆକାଉଣ୍ଟ ଖୋଲି ଟଙ୍କା ଠକୁଥିବା ଅଭିଯୋଗରେ ରଶ୍ମି ରଞ୍ଜନ ପାଣିକୁ ଗିରଫ କରିଛି ପୋଲିସ | ତାଙ୍କ ଠାରୁ ୪ଟି ମୋବାଇଲ ଓ ଗୋଟିଏ ଲାପଟପ ଜବତ କରିଛି ପୋଲିସ | ରଶ୍ମି ରଞ୍ଜନଙ୍କ ଘର ଭୁବନେଶ୍ୱର ଉପକଣ୍ଠ ଆରକୁଳ ଅଂଚଳରେ | ଇନ୍ଦୋରର ଜଣେ ବ୍ୟକ୍ତି ଏହି ଠକର ଶିକାର ହୋଇଛନ୍ତି | ଏନେଇ ସେ କମିଶନରେଟ ପୋଲିସକି ଇ-ମେଲ ଯୋଗେ ଜଣାଇଥିଲେ | ଅଭିଯୋଗ ଆଧାରରେ ତଦନ୍ତ କରି ରଶ୍ମି ରଞ୍ଜନକୁ ଗିରଫ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.