ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ

Published By : Prameya-News7 Bureau | January 27, 2021 IST

ଭୁବନେଶ୍ବର ୨୭।୧: ଭିଜିଲାନ୍ସ ଜାଲରେ ପଡିଲେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।  

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା । ଫଳରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ଶୁଭେନ୍ଦୁଙ୍କ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ, ଖଣ୍ଡଗିରି ସ୍ଥିତ ହାଉସିଂବୋର୍ଡ କଲୋନୀ, ପୁରୀ କାକଟପୁର ଶ୍ରୀଚନ୍ଦନପୁର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ୍ ପାସବୁକ୍ ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ । ତେବେ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.