ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ସବୁଠି ହାଇ ଆଲର୍ଟ ଜାରି

Published By : Prameya-News7 Bureau | February 24, 2019 IST

ଭୁବନେଶ୍ବର ୨୪/୨: ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ ପରେ ଏବେ ସବୁଠି ହାଇ ଆଲର୍ଟ ଜାରି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏୟାରପୋର୍ଟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗାଡି ସବୁକୁ ତନତନ କରି ଯାଞ୍ଚ କରାଯାଉଛି । ସାଧା ପୋଷାକରେ ସୁରକ୍ଷା ଅଧିକାରୀମାନେ ନିୟୋଜିତ ଅଛନ୍ତି । ଏହାସହ ଡଗସ୍କ୍ବାଡ ମଧ୍ୟ ବୁଲୁଛନ୍ତି । ଏୟାରପୋର୍ଟରେ ଲାଗିଥିବା ସିସିଟିଭି ଗୁଡିକୁ ମନିଟରିଂ କରାଯାଉଛି ।

ଶନିବାର ଏୟାର ଇଣ୍ଡିଆର ମୁମ୍ବାଇସ୍ଥିତ ଅପରେସନ୍ କଣ୍ଟ୍ରୋଲ ସେଣ୍ଟରକୁ ଟେଲିଫୋନ୍ରେ ଧମକ ଆସିଥିଲା ଯେ, ଭାରତୀୟ ବିମାନ ଅପହରଣ କରାଯାଇ ପାକିସ୍ତାନ ନିଆଯିବ। ତେଣୁ କୌଣସି ଅଘଟଣ ଘଟିବା ଆଗରୁ ବିମାନ ସଂସ୍ଥା ଏବଂ ସୁରକ୍ଷା ବାହିନୀ ସତର୍କ ରହିବାକୁ ସରକାର ହାଇ ଆଲର୍ଟ ଜାରି କରିଛନ୍ତି ।  କାନ୍ଦାହାର ଘଟଣା ଏବେବି ମନରୁ ଲିଭିନଥିବା ବେଳେ , ପୁଲୱାମା ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.