ଅଳ୍ପକେ ବର୍ତ୍ତିଲା ଭୁବନେଶ୍ବର ବାଙ୍ଗିରିପୋଷି ବାରିପଦା ଟ୍ରେନ ; ଅଧଘଣ୍ଟା ଧରି ଅଟକି ରହିଲା ଟ୍ରେନ
8/07/2019 at 8:40 AM

ବାଲେଶ୍ବର ୮/୭: ଅଳ୍ପକେ ବର୍ତ୍ତିଲୋ ଭୁବନେଶ୍ବର ବାଙ୍ଗିରିପୋଷି ଟ୍ରେନ । ଗତକାଲି ରାତିରେ ଏହି ଟ୍ରେନର ଗୋଟିଏ କମ୍ପାଣ୍ଟମେଣ୍ଟର ପାଇଖାନାର ତଳେ ଲାଗିଥିବା ପାଇପ ଭାଙ୍ଗି ଯାଇ ଟ୍ରେନର ଚକାରେ ଲାଗି ନିଆଁ ବାହାରୁଥିବାରୁ ସୋର ଷ୍ଟେସନ ନିକଟରେ ଭୁବନେଶ୍ବର ବାଙ୍ଗିରିପୋଷି ଟ୍ରେନ ୩୦ ମିନିଟ୍ ଧରି ଅଟକି ରହିଥିଲା ।ପରେ ଷ୍ଟେସନର ରେଳ କର୍ମଚାରୀ ମାନେ ଆସି ସେହି ପାଇପକୁ କାଟି ବାହାର କରିବାପରେ ଟ୍ରେନ ତାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା ।
