ଆଜିଠାରୁ କୁଆଖାଇ ନଦୀ ପଠାରେ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା

Published By : Prameya-News7 Bureau | November 23, 2018 IST

ଭୁବନେଶ୍ବର ୨୩|୧୧:  ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା। କୁଆଖାଇ ନଦୀ ପଠାରେ ବୋଇତ ବନ୍ଦାଣ ପରେ ଆରମ୍ଭ ହୋଇଛି ଏହି ବାଲିଯାତ୍ରା। ଆଜି ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ବର ବାଲିଯାତ୍ରା। ଏଥର ୭ ଦିନ ଧରି ଚାଲିବ ଭୁବନେଶ୍ବର ବାଲିଯାତ୍ରା। ଏଥିପାଇଁ ୪ଶହ ବ୍ୟବସାୟୀଙ୍କୁ ଷ୍ଟାଲ ଆବଣ୍ଟନ କରାଯାଇଛି। ଲଟେରୀ ମାଧ୍ୟମରେ ବ୍ୟବସାୟୀମାନଙ୍କୁ ଷ୍ଟଲ ଆବଣ୍ଟନ କରାଯାଇଛି। ଏବର୍ଷ ଭଲ ବ୍ୟବସାୟ ହେବାକୁ ବ୍ୟବସାୟୀ ଓ ଆୟୋଜକ ମାନେ ଆଶା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.