ଅରଗୁଳ ଆଇଆଇଟିର କମ୍ପୁଟର ସାଇନ୍ସ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଘଟଣା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | October 22, 2019 IST

ଖୋର୍ଦ୍ଧା୨୨|୧୦: ଭୁବନେଶ୍ବର ଉପକଣ୍ଠରେ ଥିବା ଅରଗୁଳ ଆଇଆଇଟିର ଜଣେ ଛାତ୍ର ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବା ବାଲଖୋନୀରୁ ଖସିପଡି ପ୍ରାଣ ହରାଇଛନ୍ତି । ଗତକାଲି ସଂଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ହେଲେ କମ୍ପୁଟର ସାଇନ୍ସ ଦ୍ବିତୀୟ ବର୍ଷରେ ଥିବା ୧୮ ବର୍ଷ ବୟସ୍କ ସିରାଜ ପ୍ରବୀନ ଜୈନ । ତାଙ୍କ ଘର ମହାରାଷ୍ଟ୍ରର ପୁନେ ସହରରେ ।

{"id":173176}

ଆଇଆଇଟି କ୍ୟମ୍ପସରେ ଥିବା ମହାନଦୀ ହଲ ହଷ୍ଟେଲରେ ସେ ରହୁଥିଲେ ।ଗତକାଲି ସଂଧ୍ୟାରେ ହଷ୍ଟେଲ ଅଗଣାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ହଷ୍ଟେଲ ୱାର୍ଡେନଙ୍କ ସୂଚନାକ୍ରମେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହସପିଟାଲକୁ ପଠାଇଲା । ଏକ ଘରୋଇ ହସପିଟାଲ ମୃତ ବୋଲି ଘୋଷଣା କରିଥିଲା ।

 ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି କହିଛି ଯେ, ଛାତ୍ର ପ୍ରବୀଣ ଜୈନ ସମ୍ଭବତଃ ହଷ୍ଟେଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବା ବାଲକୋନୀରୁ ଖସିପଡି ପ୍ରାଣ ହରାଇଛନ୍ତି । ମୃତ ପ୍ରବୀଣଙ୍କ ପରିବାର ଆସି ଅରଗୁଳରେ ପହଞ୍ଚିଛନ୍ତି ।

ଭୁବନେଶ୍ବର ଏମ୍ସକୁ ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ତେବେ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ଆନୁସଂଗିକ ପ୍ରମାଣ ଯାଂଚ କରିବାପରେ ପ୍ରକୃତ ଘଟଣା ସାମ୍ନକୁ ଆସିବ ହବୋ ଲି ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.