ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର : ସରକାରଙ୍କ ପକ୍ଷରୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ

Published By : Prameya-News7 Bureau | October 10, 2019 IST

ଭୁବନେଶ୍ବର ୧୦।୧୦: ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ୱର । ଭିଭିଆଇପି ଅଞ୍ଚଚଳରୁ ଭିକାରୀଙ୍କୁ ହଟାଯିବ । ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ଟି ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ସହାୟ ଯୋଜନାରେ ଥଇଥାନ କରାଯିବ ବୋଲି ସରକାର ସ୍ଥିର କରିଛନ୍ତି ।

ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ଯଥା ଏଜି ଛକ, ଏୟାରପୋର୍ଟ ଅଂଚଳ, ସଚିବାଳୟ ମାର୍ଗ ଓ ବିଭିନ୍ନ ଟ୍ରାଫିକରେ ବୁଲି ଭିକ ମାଗି ପାରିବେନି ଭିକାରୀ । ସେହିପରି ରାଜଧାନୀର ସର୍ବପୁରାତନ ଲିଙ୍ଗରାଜ ମନ୍ଦିର ଏବଂ ରାମ ମନ୍ଦିର ବାହାରେ ବସି ଆଉ ଭିକ ମାଗିପାରିବେନି ଭିକାରୀ ।

ସେହିପରି ଶ୍ରୀକ୍ଷେତ୍ର ପୁରୀ ବଡ ଦାଣ୍ଡରେ ଆଉ ଭିକ୍ଷାବୃତି କରିପାରିବେନି ଭିକାରୀ । ଏନେଇ ସରକାରଙ୍କ ପକ୍ଷରୁ ୨ଟି ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ମଠ ଓ ଦୋକାନ ଘର ଉଚ୍ଛେଦ ପରେ ବି ପୁରୀରେ ମାଳ ମାଳ ଭିକାରୀ ବସି ଭିକ ମାଗୁଛନ୍ତି ।

ଗୋଟିଏ ପଟେ ଶ୍ରୀକ୍ଷେତ୍ରକୁ ବିଶ୍ବ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢି ତୋଳିବାକୁ ସରକାର ଉଦ୍ୟମ କରୁଥିବା ବେଳେ ବଡଦାଣ୍ଡରେ ଭିକାରୀଙ୍କ ହାଉଯାଉ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ସହରକୁ ଭିକାରୀ ମୁକ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.