ଗୋଲ୍ଡ ସ୍ମଗ୍ଲିଂର ନୂଆ ପ୍ରବେଶ ଦ୍ବାର ହେଉଛି ଭୁବନେଶ୍ବର, କୋହଳ ଦଣ୍ଡ ଯୋଗୁଁ ଖାତିର କରୁନାହାଁନ୍ତି ସ୍ମଗଲର

Published By : Prameya-News7 Bureau | February 24, 2019 IST

ଭୁବନେଶ୍ବର ୨୪|୨ (ଦୁଷ୍ମନ୍ତ କୁମାର ବେହେରା) : ଗୋଲ୍ଡ ସ୍ମଗ୍ଲିଂର ନୂଆ ପ୍ରବେଶ ଦ୍ବାର ହେଉଛି ଭୁବନେଶ୍ବର । ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦରରେ ପାଲଟିଛି ଏହାର କେନ୍ଦ୍ର ସ୍ଥଳ । ଯାହା ବର୍ତ୍ତମାନ କଷ୍ଟମ ବିଭାଗ ପାଇଁ ବଢାଇଛି ଚିନ୍ତା ।

{"id":88348,"width":579,"height":428}

ଗୋଲ୍ଡ ସିଜ ବା ସୁନା ଜବତ । ଏହି ଦୁଇଟି ଶବ୍ଦ ଯେମିତି କମନ ହେଇ ଗଲାଣି ଭୁବନେଶ୍ବରରେ । କେବେ ବିସ୍କୁଟ ରୂପରେ ତ ଆଉ କେବେ କ୍ୟାପସୁଲ ରୂପରେ । କିଏ ପେଟ ଭିତରରେ ଚୋରା ଚାଲାଣ କରି ଧରା ପଡିଲାଣି ତ ଆଉ କିଏ ପୁଣି ମଳ ଦ୍ବାର ବାଟେ ସୁନା ଲୁଚାଇ ଆଣୁଛି । ଏମିତିକି ବୋତାମରେ ବି ସୁନା ଲଗାଇ ଆଣୁଛନ୍ତି ସ୍ମଗଲର । ଜୋତା ସକ୍ସ ଭିତରେ ବି ଆସୁଛି ସୁନା ।

{"id":88349}

ଭୁବନେଶ୍ବରରେ ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦରରେ ପ୍ରତି ସପ୍ତାହ ଗୋଲ୍ଡ ସିଜ୍ ହେଉଛି । ଏ ଘଟଣା ପୂର୍ବାପେକ୍ଷା ଏବେ ବେଶି ବେଶି ଦେଖିବାକୁ ମିଳୁଛି । ଖାସ୍ କରି ଯେବେଠୁ ବିମାନ ଉଡାଣ ବିଦେଶକୁ ଆରମ୍ଭ ହୋଇଛି ସେବେଠୁ ଭୁବଶ୍ବେର ରୁଟ୍ ଦେଇ ଅବାଧରେ ବେଶି ସୁନା ଚାଲାଣ ହେଉଛି । ବିଶେଷ କରି ଥାଇଲାଣ୍ଡ, ମାଲେସିଆ, ମିଆଁମାରରୁ ଭୁବନେଶ୍ବର ଦେଇ ଅନ୍ୟବାଟେ ସୁନା ଚାଲାଣ ହେଉଛି ।

ରେକର୍ଡ କହୁଛି…

୨୦୧୯ ବର୍ଷ ଆରମ୍ଭରୁ କଷ୍ଟମ ବିଭାଗ ପକ୍ଷରୁ ଭୁବନେଶ୍ବରରେ ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦରରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଗୋଲ୍ଟ ସିଜ୍ କରିଛି । ପାଖା ପାଖି ଶାତଶହ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଜବତ କରିଛି କଷ୍ଟମ ବିଭାଗ । ଅନ୍ୟପଟେ ୨୦୧୮ରେ ପାଖାପାଖି ୩ କୋଟି ଟଙ୍କାର ସୁନା ଜବତ ହୋଇଥିଲା । ଏହାକୁ ନେଇ ପୂର୍ବତନ ପୋଲିସ ଡିଜି ଭିନ୍ନ ମତ ଦେଇଛନ୍ତି । ଭାରତର ଆଇନ ବ୍ୟବସ୍ଥା ଦଣ୍ଡ ବିଧାନକୁ କୋହଳ ରହିଛି । ଏହି ଧାରାରେ ପରିବର୍ତ୍ତନ ଜରୁରୀ । ତା ସହ କଷ୍ଟମ ବିଭାଗ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ଦରକାର ବୋଲି ପୂର୍ବତନ ପୋଲିସ ଡିଜି ଏସ.ଏନ.ତିଓ୍ବାରୀ କହିଛନ୍ତି ।

{"id":88350}

ଅପରପକ୍ଷରେ ରେକର୍ଡ କହୁଛି ଥାଇଲାଣ୍ଡ, ମାଲେସିଆ, ମିଆଁମାରରୁ ଭୁବନେଶ୍ବର ଦେଇ ବେଶି ସୁନା ସ୍ମଗ୍ଲିଂ ହେଉଛି । ଏହାର ଭିନ୍ନ କାରଣ ରହିଛି । ଭାରତ ଅପେକ୍ଷା ଏହି ସବୁ ଦେଶରେ ସୁନା ଦର କମ୍ ଅଛି । ଏହାକୁ ଦୃଷ୍ଟିରେ ରଖି ସ୍ମଗଲରମାନେ ସେହି ସବୁ ଦେଶରୁ କମ୍ ଦାମରେ ସୁନା କିଣି ଚୋରା ଚାଲାଣ କରୁଛନ୍ତି । ଏପରି ସମୟରେ ଭୁବନେଶ୍ବର ବିମାନବନ୍ଦର ହୋଇଛି ନୁଆ ରୁଟ୍ । ସୁରକ୍ଷା ବ୍ୟବସ୍ଥାକୁ ମାତ ଦେଇ ସ୍ମଗଲରମାନେ ଏହାକୁ ନେଇ ସୁନା ଚାଲାଣ କରିବାରେ ସୁବିଧା ହେଉଛି ବୋଲି ପୂର୍ବତନ ପୋଲିସ ଡିଜି ଏସ.ଏନ.ତିଓ୍ବାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.