‘କରୋନା ଭାଇରସ୍’ ପାଇଁ ରାଜ୍ୟ ସରକାର ତତ୍ପର, ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | January 28, 2020 IST

ଭୁବନେଶ୍ବର ୨।୧: ଚିନ୍ତା ବଢାଇଛି କରୋନା । କାଳେ ଚୀନରୁ ଏହି ଭୂତାଣୁ ଓଡ଼ିଶା ଆସିଯିବ ଏନେଇ ଆଗୁଆ ସତର୍କତା ଗ୍ରହଣ କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସହିତ ଆଲୋଚନା କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ । କରୋନା ଲାଗି ଆଲର୍ଟ ଜାରି ହୋଇଥିବା ଦେଶର ଏୟାରପୋର୍ଟ ଭିତରେ ଭୁବନେଶ୍ବର ଏୟାରପୋର୍ଟକୁ ଏଥିରେ ସାମିଲ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ମାଲେସିଆରେ କରୋନା ଭାଇରସ ଚିହ୍ନଟ ହେବା ପରେ ଓଡିଶା ପାଇଁ ସତର୍କତା ବଢିଯାଇଛି । କାରଣ କ୍ବାଲାଲମ୍ପୁରରୁ ସିଧାସଳଖ ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି । ତେଣୁ ସେଠାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

{"id":216998,"sizeSlug":"large"}

୨୦୧୨ରେ କରୋନା ଭାଇରସ୍ ସଂପର୍କରେ ଦିଲ୍ଲୀରେ ଟ୍ରେନିଂ ନେଇଥିବା ଡାକ୍ତରମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ମାସକ ଭିତରେ ଚୀନରୁ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି । ରୋଗ ଲାଗି ପ୍ରତିଷେଧକ କିମ୍ବା ଚିକିତ୍ସା ନଥିବାରୁ କେବଳ ସଚେତନ ଓ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ।

{"id":216999,"sizeSlug":"large"}

ରାଜଧାନୀ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି । କ୍ୟାପିଟାଲ ହସପିଟାଲର ୪ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ବିମାନବନ୍ଦର ପରିସରରେ ଏକ ସ୍ବତନ୍ତ୍ର ୨୪ ଘଣ୍ଟିଆ ମେଡ଼ିକାଲ ଇନସପେକ୍ସନ ରୁମ୍ ଖୋଲାଯାଇଛି । କଟକ ଏସସିବି ମେଡିକାଲ, ବୁର୍ଲା ଭିଏସଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ଚିକିତ୍ସା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ଓ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.