ଭୁବନେଶ୍ୱର ଏମ୍ସ କାନ୍ଥରେ ଫାଟ : ୨୪ ରୋଗୀ ସ୍ଥାନାନ୍ତର

Published By : Prameya-News7 Bureau | August 09, 2018 IST

ଭୁବନେଶ୍ୱର ୯/୮ : ଏମ୍ସ ଏମର୍ଜେନ୍ସି ୱାର୍ଡରେ କାନ୍ଥ ଦାବି ଯାଇଛି | କାନ୍ଥରେ ଫାଟ ସୃଷ୍ଟି ହୋଇଛି | ବର୍ଷା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଇଛି | ତେବେ ୱାର୍ଡରେ ଥିବା ୨୪ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି | ତୁରନ୍ତ ଏହାର ମରାମତି ପାଇଁ ସିପିଡବ୍ଲୁଡ଼ିକୁ ଦାୟିତ୍ୱ ଦିଆଯାଇଛି | ତେବେ ମାତ୍ର ୪/୫ ବର୍ଷର ନିର୍ମାଣରେ ଏଭଳି ଅସୁବିଧା ସୃଷ୍ଟି ହେବା ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.