ଭୁବନେଶ୍ଵର ଏମ୍ସରେ ନିଯୁକ୍ତ ଅନିୟମିତତା, ଦିବ୍ୟାଙ୍ଗଙ୍କ ଅଧିକାର ଅଧିନିୟମର ଉଲ୍ଲଂଘନ ଅଭିଯୋଗ

Published By : Prameya-News7 Bureau | November 21, 2020 IST

ଭୁବନେଶ୍ଵର ୨୧।୧୧: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ) ଭୁବନେଶ୍ଵରରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗ। ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଅଧିନିୟମ ଅନୁଯାୟୀ ୪ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ହସ୍ପିଟାଲରେ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଏମ୍ସ ଭୁବନେଶ୍ଵର ଦ୍ଵାରା ଫେକଲ୍ଟି ପଦରେ ଆବେଦନ ପାଇଁ ନଭେମ୍ଵର ୧୩ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ ସଂରକ୍ଷଣ ଅଧିନିୟମକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅଣଦେଖା କରାଯିବା ସହ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ପୁଣି ଥରେ ଏକ ସାର୍ବଜନୀନ ଚିକିତ୍ସା ସଂସ୍ଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ନୀତି(RPWD) ଅଧିନିୟମ ୨୦୧୬ର ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ ହୋଇଛି। ଏଥର ଭୁବନେଶ୍ଵର ଏମ୍ସର ନାଁ ଯୋଡି ହୋଇ ଯାଇଛି।

ଏହି ଘଟଣାରେ ଏମ୍ସ ଭୁବନେଶ୍ଵରର ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳୀ ବେଟମାନ ସମସ୍ତ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ତରଫରୁ ଦୁଃଖ ବ୍ୟକ୍ତ କରିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, ଦିଲ୍ଲୀର ୨୦୧୮ ଏମବିବିଏସ ପ୍ରବେଶ ବ୍ରାଉଚରରେ ସମସ୍ତ ୨୧ ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହନ ଦେବାର ପ୍ରାବଧାନ ରହିଛି। ଏପରିକି ଫ୍ୟାକଲ ଏହା ଭୁବନେଶ୍ଵର ଏମ୍ସ ଉପରେ ମଧ୍ୟ ଲାଗୁ ହେଉଛି। ଏହା ନିଟ୍‌ ସ୍ନାତକ ଏ ବଂ ସ୍ନାତକୋତ୍ତର  ପ୍ରବେଶ ପାଇଁ ମଧ୍ୟ ମାନ୍ୟ ଅଟେ। କିନ୍ତୁ ଭୁବନେଶ୍ଵର ଏମ୍ସରେ ଫ୍ୟାକ୍‌ଲଟି ନିଯୁକ୍ତିରେ ଏହି ନିୟମର ଅଣଦେଖା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.