ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ

Published By : Prameya-News7 Bureau | July 09, 2020 IST

ଭୁବନେଶ୍ୱର ୦୯/୦୭ : ଆସନ୍ତକାଲି ଠାରୁ ଭୁବନେଶ୍ୱର ଏମ୍‌ସର ଓପିଡି ବନ୍ଦ ରହିବ | ଏନେଇ ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି | ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର କିଛି କର୍ମଚାରୀ ଏବଂ ଚିକିତ୍ସାଧୀନ ରୋଗୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି | ପ୍ରତିଦିନ ଯେକୌଣସି ଘରୋଇ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି | ଏହିଭଳି ସ୍ଥିତିରେ ସଂକ୍ରମଣ ରୋକିବାକୁ ଏମ୍ସ ନିର୍ଦେଶିକା ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.