ଭୁବନେଶ୍ୱର ପୋଲିସ ଅଧିକାରୀ ସଂଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା ! ସରକାରୀ ବାସଭବନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 06, 2019 IST

ଭୁବନେଶ୍ବର ୬/୧ : ପୋଲିସ ଅଧିକାରୀଙ୍କ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଭୁବନେଶ୍ବର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅର ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି | ଏସିପି ସଞ୍ଜୀବ ଶତପଥୀ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡରେ ଅଛନ୍ତି |


ସୂଚନାଯୋଗ୍ୟ ଯେ, ସଂଜୀବଙ୍କ ପୁଅ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ | ତାଙ୍କ ବୟସ ୧୩ ବର୍ଷ | ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି | କମ୍ପ୍ୟୁଟରରେ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ଶହୀଦନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସପଟିଲାକୁ ପଠାଇଛି |


ସୂଚନାଯୋଗ୍ୟ ଯେ, ସେ ଗତ କିଛି ଦିନ ହେଲା ମୋବାଇଲରେ ଗେମ ଖେଳୁଥିଲେ | ଗତକାଲି ରାତି ପ୍ରାୟ ୧୧ଟା ବେଳେ ବାପାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ | ବାପାଙ୍କୁ ଶୀଘ୍ର ଘରକୁ ଆସିବାକୁ କହିଥିଲେ | ତେବେ ପରବର୍ତ୍ତୀ ସମୟରେ କଣ ହୋଇଥିଲେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ | ସେ ନିଜ ଜିନ୍ସ ପ୍ୟାଣ୍ଟ ପଙ୍ଖାରେ ଲଗାଇ ଆତ୍ମହତ୍ୟା କରିଛନ୍ତି |


ଏସିପି ସଂଜୀବ ଶତପଥୀଙ୍କ ଗୋଟିଏ ପୁଅ ଥିଲେ | ତାଙ୍କ ପୁଅର ମୃତ୍ୟୁ ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.