ସୂର୍ଯ୍ୟନଗର ଓ ବମିଖାଲ ପାଇଁ ଚିନ୍ତା , ଅଧିକାଂଶ ଆକ୍ରାନ୍ତ ଏହି ଦୁଇ ଅଞ୍ଚଳର : ଦୁଇ ଏରିଆ ସିଲ୍
6/04/2020 at 7:52 AM

ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରରେ କରୋନା ସଂକ୍ରମଣ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଭୁବନେଶ୍ୱରରେ ପ୍ରାୟ ୩୦ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଏବଂ ବମିଖାଲରେ ନିଶ୍ଚିତ ହୋଇଥିବା ପ୍ରଥମ ମାମଲା ସହିତ ଜଡ଼ିତ । ବମିଖାଲର ପ୍ରାୟ ସମସ୍ତ ମାମଲା ଗୋଟିଏ ପରିବାରର ବୋଲି ଜଣାପଡିଛି । ଉଭୟ ବମିଖାଲ ଓ ସୂର୍ଯ୍ୟ ନଗରକୁ ସିଲ୍ କରି ସର୍ଭେଲାନ୍ସରେ ରଖାଯାଇଛି । ସଂକ୍ରମଣ ନେଇ ଭୟଭିତ ହେବାର ଆବଶ୍ୟକତା ନାହିଁ ବୋଲି ଆଜି ଟ୍ବିଟ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।ତେବେ ରବିବାର ଦିନ ଗୋଟିଏ ଦିନରେ ରାଜ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ନେଇ ଚିନ୍ତା ବଢ଼ିଥିଲା । ଯାହାର ଅଧିକ ତଦନ୍ତ କରିବା ପରେ ସ୍ବାସ୍ଥ୍ୟ ବିଭାଗ ସଂକ୍ରମଣ ବିଷୟରେ ସୂଚନା ପାଇଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021