ସାହି ପଡ଼ିଶାଙ୍କ ତିରସ୍କାର ସହି ନପାରି ଆତ୍ମହତ୍ୟା କଲେ ଭୁବନ, କାହିଁକି ତାଙ୍କୁ ମିଳି ନାହିଁ ସ୍ନେହ, ଆଦର...ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | December 25, 2019 IST

ନୂଆପଡ଼ା୨୫/୧୨: ସ୍ତ୍ରୀକୁ ହତ୍ୟା କରିଥିବାରୁ ଆଜୀବନ ଜେଲ୍ ଗଲେ । ସଜା କାଟି ଆସିବା ପରେ ବି ଘର ଲୋକେ କି ସାହି ପଡିଶାଙ୍କ ଆଦର ମିଳିଲାନି । ନିଜ ଜାତି କୁଟୁମ୍ବରେ ମିଶିବାକୁ ପାଇଁ ସୁଦ୍ଧି ହୋଇ ଭୋଜିଭାତ ଦେବାର ବ୍ୟବସ୍ଥା କଥା କହିଲେ ଜାତି ସମାଜ । ହେଲେ ପାଖରେ ଅର୍ଥ ନଥିବାରୁ ହୋଇ ପାରିଲାନି । କାରଣ ଜେଲ୍‌ରେ ଯାହା ରୋଜଗାର କରିଥିଲେ ଆଧାର କାର୍ଡ ନଥିବାରୁ ସେତେକ ବି ଜେଲ୍ କର୍ତ୍ତୃପକ୍ଷ ଦେଲେନି । ଶେଷରେ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଦେଲେ ନୂଆପଡା ଗୋଲାବନ୍ଧର ଭୁବନ ମାଝୀ ।   

{"id":202491,"sizeSlug":"large"}

ହତ୍ୟା ଅପରାଧୀକୁ ସାମାଜିକ ତିରସ୍କାର । ସଜା କାଟି ଜେଲ୍‌ରୁ ଫେରିବା ପରେ ବି ପାଖ ପୁରାଇଲେନି ଜ୍ଞାତି କୁଟୁମ୍ବ । ଜାତି ସମାଜରେ ମିଶିବାକୁ ଭୋଜିଭାତ ସହ ପୂଜାର୍ଚ୍ଚନା କରିବାର କଲେ ଡିମାଣ୍ଡ । ହେଲେ ଏଥିପାଇଁ ଅର୍ଥ ଆବଶ୍ୟକତା ଥିବାରୁ ଏହା ବି ମିଲିପାରିଲା ନାହିଁ । ଜେଲ୍ରେ ଥିବା ବେଳେ ବିଭିନ୍ନ କାମକରି ପାରିଶ୍ରମିକ ବାବଦକୁ ଯାହା ରୋଜଗାର କରିଥିଲେ ତାହା ଆଣିବାକୁ ଜେଲ୍ ଗଲେ । ହେଲେ ଆଧାର କାର୍ଡ ନଥିବାରୁ ଅର୍ଥ ଦେବାକୁ ମନାକରିଦେଲେ ଜେଲ୍ କର୍ତ୍ତୃପକ୍ଷ । ଶେଷରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟାକୁ ଏକମାତ୍ର ପନ୍ଥା ବାଛିନେଲେ ନୂଆପଡା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧର ଭୁବନ ମାଝୀ । ଗାଁ ପାଖ ଜମିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଭୁବନ ।

wp:html /wp:html

୨୦୦୧ ସେପ୍ଟେମ୍ବରରେ ସ୍ତ୍ରୀକୁ ହତ୍ୟାକରି ଜେଲ୍ ଯାଇଥିଲେ ଭୁବନ । ଖଡିଆଳ ଓ କଳାହାଣ୍ଡି ଜେଲରେ ଦୀର୍ଘ ୧୮ ବର୍ଷ ଆଜୀବନ ଜେଲ ଭୋଗିବା ପରେ ନଭେମ୍ବର ମାସ ରେ ଜେଲ ରୁ ମୁକୁଳି ଘରକୁ ଫେରିଥିଲେ । ହେଲେ ଘରେ ଆଗଭଳି ଆଉ ଆଦର ମିଳି ନଥିଲା । କାରଣ ପୁଅ ଅନାଥାଶ୍ରମରେ ରହୁଥିବା ବେଳେ ଝିଅର ବାହାଘର ହୋଇ ସାରିଥିଲା ।ତେବେ ଜେଲରେ ବନ୍ଧୁ ପାଲଟିଥିବା କୋମନା ଗଡଗଡବାହାଲିର ସାଙ୍ଗ ହେମଲାଲଙ୍କ ଘରେ ଆଶ୍ରୟ ମିଳିଥିଲା । ଆଧାର କାର୍ଡ ପାଇଁ ହେମଲାଲଙ୍କ ସହ ଜିଲ୍ଲା ପ୍ରଶାସନର ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ହିଁ କେହି ଶୁଣିନଥିଲେ । ଶନିବାର ପାରିଶ୍ରମିକ ପାଇବା ଆଶାରେ ଭବାନୀପାଟଣା ଜେଲରଙ୍କୁ ଭେଟିଥିଲେ ଭୁବନ । ହେଲେ ସେ ବି କିଛି ଶୁଣିନଥିଲେ । ସେଠାରୁ ନିରାଶ ହୋଇ କାନ୍ଦି କାନ୍ଦି ଫେରିଥିଲେ । ରବିବାର ଗୋଲାବନ୍ଧ ସ୍ଥିତ ଘରକୁ ଫେରିଥିବା ବେଳେ ସନ୍ଧ୍ୟାରେ ନିଖୋଜ ହୋଇ ଯାଇଥିଲେ । ଆଉ ଶେଷରେ ମିଳିଥିଲା ତାଙ୍କ ମୃତଦେହ । ସେପଟେ ଭୁବନଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ହେମଲାଲ । ଉପଜିଲ୍ଲାପାଳ କହିଛନ୍ତି ତାଙ୍କ ଉତ୍ତରାଧିକାରୀଙ୍କୁ ଏହି ଅର୍ଥ ଦେବାକୁ ବ୍ୟବସ୍ଥା କରିବୁ । 

{"id":202492,"sizeSlug":"large"}

ଭୁବନଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ ?  ସମଜା ଓ ପ୍ରଶାସନର ଅବହେଳା ପାଇଁ ଭୁବନଙ୍କ ଜୀବନ ଚାଲିଗଲା କି ? ଯଦି ଏହା ସତ୍ୟ ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ? ଜଣେ ଅପରାଧୀ ସଜା କାଟି ଆସିବା ପରେ ସମାଜରେ ବଞ୍ଚିବାର ଅଧିକାର କାହିଁକି ମିଳିଲା ନାହିଁ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।ଆଗକୁ ଯେଭଳି ଏମିତି ଆଉ କାହାସହ ନଘଟେ ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.