Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅମାନିଆଙ୍କୁ ନାହିଁ ଲଗାମ, ଭୁବନ ପରିବା ବଜାର ପାଲଟିବ କୋରନା ସୁପର ସ୍ପ୍ରେଡର !

6/05/2021 at 3:28 PM

ଢେଙ୍କାନାଳ ୬।୫: ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସର ପରିବା ବଜାର ଉପରେ ନାହିଁ ଲଗାମ । ଏହି ପରିବା ବଜାରରେ ସଧାରଣଙ୍କ ଭିଡ ବେଶ ପରିଲକ୍ଷିତ ହେଉଥିବାବେଳେ କୋଭିଡ୍ କଟକଣାକୁ ମାନୁନାହାନ୍ତି ଲୋକେ । ଫଳରେ ଏହି ପରିବା ବଜାରରୁ କୋଭିଡ୍ ସଂକ୍ରମଣ ବଢିବାର ଯଥେଷ୍ଟ ଆଶଙ୍କା କରାଯାଇଥିବାବେଳେ ଏହା କରୋନା ସଂକ୍ରମଣର ସୁପର ସ୍ପ୍ରେଡର ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀର ଦ୍ବିତୀୟ ଲହରକୁ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି  । ୧୪ ଦିନିଆ ଲକଡାଉନର ଦ୍ବିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଭୁବନର ସ୍ଥିତି ବେଶ୍ ବ୍ୟତିକ୍ରମ । ଚାରିଆଡେ ଆଳୁ-ପିଆଜର କଳାବଜାରୀ ଦେଖିବାକୁ ମିଳିଥିବାବେଳେ ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଢେଙ୍କାନାଳ ଜିଲ୍ଲାର ଏହି ଭୁବନରେ କିନ୍ତୁ ପରିବା ଦର ନିୟନ୍ତ୍ରଣାଧିନ ରହିଛି । ଭୁବନ ପରିବା ବଜାରରେ ଆଳୁ କିଲୋ ପ୍ରତି ୧୫ ଟଙ୍କା ଥିବା ବେଳେ ପିଆଜ କିଲୋ ପ୍ରତି ୨୦ ଟଙ୍କା ରହିଛି । ପରିବା କଳାବଜାରୀ ଉପରେ ପ୍ରଶାସନର ତୀକ୍ଷ୍ଣ ନଜର ରହିଥିବାବେଳେ ଅମାନିଆଙ୍କୁ ସାବାଡ କରିବାରେ ବିଫଳ ହୋଇଛି ପୋଲିସ । ପୋଲିସ ପ୍ରଶାସନ ତରଫରୁ ସମସ୍ତ ଛକରେ କଡାକଡି ଚେକିଂ ଚାଲିଥିବା ବେଳେ ପରିବା ବଜାର ଉପରେ କିନ୍ତୁ ନାହିଁ ଅଙ୍କୁଶ । ଫଳରେ ପରିବା ଦୋକାନ ଓ ବଜାରରେ ଅମାନିଆଙ୍କ ବେଶ୍ ଭିଡ ଦେଖିବାକୁ ମିଳିଛି  ।

ଭୁବନ ପରିବା ବଜାରରେ ନା ଅଛି ସାମାଜିକ ଦୂରତ୍ବ ନା ବେପାରୀ-ଗ୍ରାହକମାନଙ୍କ ମୁହଁରେ ରହୁଛି ମାସ୍କ । ଫଳରେ ଏହି ପରିବା ବଜାରରୁ ସଂକ୍ରମଣ ବଢିବାର ଯଥେଷ୍ଟ ଆଶଙ୍କା କରାଯାଇଛି । କହିବାକୁ ଗଲେ ଭୁବନରେ ଏହି ପରିବା ବଜାର ହି ସୁପର ସ୍ପ୍ରେଡର ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ  ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

   Related Posts