ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ ଭୁବନରେ ମଡେଲ ବସଷ୍ଟାଣ୍ଡ ପାଇଁ ଜୋର ଧରିଲା ଦାବି

Published By : Prameya-News7 Bureau | May 24, 2021 IST

ଭୁବନ ୨୪।୫: ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଭୁବନ  । ଭୁବନରେ ଜନସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି । ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଅପରପକ୍ଷରେ ବାଜି ରାଉତ ସେତୁ ନିର୍ମାଣ ପରେ ଢେଙ୍କାନାଳ ଦେଇ ଭୁବନ ସୁକିନ୍ଦା ଦେଇ ଯାଜପୁରକୁ ଯାତାୟତ ବୃଦ୍ଧି ପାଇଛି । ଏପରିକି ଭୁବନ ଏନଏସି ଓ ବ୍ଲକ୍ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି । ଏପରିସ୍ଥଳେ ଦୀର୍ଘ ବର୍ଷ ହେଲା ଭୁବନ  ବସଷ୍ଟାଣ୍ଡଟି ସେତିକି ଜାଗାରେ ସୀମିତ ରହିଛି । ବସ୍ ଓ ଯାତ୍ରୀବାହୀ ଯାନଗୁଡିକ ଅନେକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଏହି ବସଷ୍ଟାଣ୍ଡରେ ନାହିଁ ନଥିବା ସମସ୍ୟା ଦେଖାଯାଉଛି । ଏପରି ସ୍ଥଳେ ଏହି ଭୁବନ ବସଷ୍ଟାଣ୍ଡଟି ସଂପ୍ରସାରଣ କରାଯିବା ଜରୁରୀ ହୋଇପଡିଛି । ଏଥିପାଇଁ ସରକାରୀସ୍ତରରେ ବସଷ୍ଟାଣ୍ଡ ପାଇଁ ନୂତନ ସ୍ଥାନ ସ୍ଥିର କରାଯାଇଥିବା ଜଣାପଡିଛି ।

{"id":456609,"sizeSlug":"large","linkDestination":"none"}

ସ୍ଥାନୀୟ ଇଲେକ୍ଟ୍ରି ଅଫିସ ସାମ୍ନାରେ ଥିବା ଶ୍ମଶାନ ଜମିରେ ନୂତନ ବସଷ୍ଟାଣ୍ଡ ପାଇଁ କରାଯାଇଥିବା ଯୋଜନାକୁ ଏହି ଅଞ୍ଚଳର ୫ଟି ବଜାରର ବ୍ୟବସାୟୀମାନେ ନାପସନ୍ଦ କରିଛନ୍ତି । ଏ ସମ୍ପର୍କରେ ଭୁବନ ବିଜ୍ଞାପିତ ପରିଷଦର ଏହି ୫ଟି ବଜାରର ସଭାପତିମାନେ ଏକ ସାମ୍ବାଦିକ ସମ୍ମିଳନୀରେ  ପ୍ରସ୍ତାବିତ ବସଷ୍ଟାଣ୍ଡକୁ ନୂତନ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉ ବୋଲି ଦାବି କରିଛନ୍ତି । ବସଷ୍ଟାଣ୍ଡକୁ ସମ୍ପ୍ରସାରଣ ଦାବି କରି ଏହାକୁ ଲାଗିକରି ଥିବା ପୁରୁଣା ଥାନା, ବାଳିକା ପ୍ରାଥମିକ ବିଦ୍ୟାଳୟ ଓ ଫରେଷ୍ଟ ବିଟକ ମିଶାଇ ଏକ ମଡେଲ ବସଷ୍ଟାଣ୍ଡ ପାଇଁ ଦାବି ଜଣାଇଛନ୍ତି ।

{"id":456610,"sizeSlug":"large","linkDestination":"none"}

ଅପରପକ୍ଷେ ଭୁବନ ଅଞ୍ଚଳରେ କୌଣସି ଖୋଲା ପଡିଆ ନଥିବା କାରଣରୁ ଇଲେକ୍ଟ୍ରି ଅଫିସ ସାମ୍ନା ପଡିଆରେ ସଭାସମିତି ଓ ସାଂସ୍କୃତିକ କାର୍ଯକ୍ରମ ପାଇଁ ସ୍ଥିର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.