Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢୁଛି ସଂକ୍ରମଣ, ୩ଦିନ ପାଇଁ ଭୁବନ NAC ସଟ୍‌ଡାଉନ୍‌

19/08/2020 at 8:49 AM

ଭୁବନ ୧୯।୦୮: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବଢିଚାଲିଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପୁଣି ଥରେ ଭୁବନ NACକୁ ସଟ୍‌ଡାଉନ୍‌ ଘୋଷଣା କରିଛି । ଭୁବନ NACରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଆହୁରି ୩ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ତେବେ ଏହି ସଟ୍‌ଡାଉନ୍‌ର ମୁଲ୍ୟ ଲକ୍ଷ୍ୟ ହେଲା , କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା । ଯାହାଫଳରେ କି ସଂକ୍ରମଣ ଆଉ ଅଧିକ ବ୍ୟାପିବ ନାହିଁ । ଏହି ସଟ୍‌ଡାଉନ୍‌ ସମୟରେ  ଭୁବନ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯାଇଛି । ବିନା କାରଣରୁ ଭୁବନକୁ କାହାକୁ ଛଡା ଯାଉନାହିଁ । ସେହିପରି ଏହି ସଟଡାଉନ ସମୟରେ ମେଡିକାଲ, ଔଷଧ ଦୋକାନ, ଗ୍ରୋସରି ଦୋକାନ ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ମଧ୍ୟ ଖୋଲାରହିବ । ଆମାନିଆଙ୍କ ପ୍ରତି ଦୃଢ ପଦକ୍ଷେପ ନେବା ସହିତ ଦୁଇ ଶହ ଟଙ୍କା ଫାଇନ ଆଦାୟ କରୁଛି ଭୁବନ ପୋଲିସ ।

   Related Posts