ଭୁବନ ଏନଏସିକୁ ଦୁଇ ଦିନିଆ ସଟ୍ ଡାଉନ୍ କଲେ ଜିଲ୍ଲାପାଳ

Published By : Prameya-News7 Bureau | July 23, 2020 IST

ଭୁବନ ୨୩।୭: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ଦିନିଆ ସଟ୍ ଡାଉନ୍ । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଭୁବନ ବ୍ଲକ୍ ଅନ୍ତର୍ଗତ ମହୁଲପାଳ ଗ୍ରାମର ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

{"id":304267,"sizeSlug":"large"}

ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନ ବଜାରକୁ ଆସି ବିଭିନ୍ନ ଦୋକାନ, ହୋଟେଲ ବୁଲିବା ସହିତ ୬୭ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଜିଲ୍ଲାପାଳ ୨୩ ଓ ୨୪ ତାରିଖକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.