ଭୁବନରେ ବଢିଲା କରୋନା ସଂକ୍ରମଣ, ଆଜିଠାରୁ ୫ ଦିନ ପାଇଁ ସଟ୍ଡାଉନ୍
4/08/2020 at 4:37 PM

ଭୁବନ ୪।୮: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୯ ଥିବାବେଳେ ସେଥିମଧ୍ୟରୁ ଭୁବନରୁ ୬ ଜଣ ରହିଛନ୍ତି । କିନ୍ତୁ ରବିବାର ଗୋଟିଏ ଦିନରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଚିନ୍ତାରେ ଭୁବନବାସୀ ।

ଅମାନିଆଙ୍କ ପ୍ରତି କୌଣସି ପଦକ୍ଷେପ ନେଉନାହିଁ ପ୍ରଶାସନ । ସମସ୍ତ ଦୋକାନବଜାର ଖୋଲାରହିବା ସହିତ କୌଣସି ସମାଜିକ ଦୂରତା ରହୁନଥିବା ଚିନ୍ତାର ବିଷୟ ପଲଟିଥିଲା । ଫଳରେ ଭୁବନ NAC କାର୍ଯ୍ୟ ନିର୍ବାହୀଅଧିକାରୀ ପ୍ରମୋଦ କୁମାର ବରାଳ ସୋମବାର ଦିନ ଦୁଇଟା ପରେ ୫ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଅମାନିଆଙ୍କ ପ୍ରତି ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।