Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ମୋକ୍ଷ ପ୍ରାପ୍ତି ପାଇଁ ଗଙ୍ଗାରେ ଜଳ ସମାଧି ନେଲେ ଏମବିବିଏସ ଛାତ୍ର : ଦକ୍ଷିଣାରେ ପୂଜାରୀଙ୍କୁ ଦେଲେ ନିଜ ବାଇକ

15/06/2020 at 4:36 PM

ବାରଣାସୀ ୧୫/୦୬ : ଶିବ ନଗରୀ କାଶୀକୁ ସାରା ଦୁନିଆ ମୋକ୍ଷଦାୟିନୀ କାଶୀ ଭାବେ ଜାଣେ | ଧାର୍ମିକ ବିଶ୍ୱାସ ଅନୁଯାୟୀ ଏଠାରେ ଯମରାଜାଙ୍କ ଶାସନ ଚାଲେନାହିଁ | ଏଠାରେ ଯେଉଁମାନେ ପ୍ରାଣ ତ୍ୟାଗ କରନ୍ତି ଭଗବାନ ଶିବ ତାଙ୍କୁ ତାରକ ମନ୍ତ୍ର ପ୍ରଦାନ କରନ୍ତି | ମଣିକର୍ଣ୍ଣିକା ଘାଟରେ ଦାହ ଅଗ୍ନି କେବେ ଶାନ୍ତ ହୁଏନି | ବୋଧହୁଏ ସେଥିପାଇଁ ପ୍ରତିବର୍ଷ ଏଠାକୁ ଅନେକ ଲୋକ ମୋକ୍ଷ ତଲାସରେ ଆସିଥାନ୍ତି | ଗଙ୍ଗା କୁଳରେ ଅବସ୍ଥିତ ଅନେକ ମନ୍ଦିର ଓ ମଠରେ ବୟସ୍କ ବ୍ୟକ୍ତି ମୃତ୍ୟୁ ଇଛା ନେଇ ମୋକ୍ଷ ପ୍ରାପ୍ତି ପାଇଁ ଜୀବନର ଶେଷ ମୁହୂର୍ତ୍ତ ବିତାଇବାକୁ ଆସିଥାନ୍ତି | ଆଧ୍ୟାତ୍ମିକ ସହ ଜଡିତ ମୋକ୍ଷର ଗୁଢ ରହସ୍ୟକୁ ଅବଶ୍ୟ ବିଜ୍ଞାନ ସ୍ୱୀକାର କରେନି | କିନ୍ତୁ ଚଳିତବର୍ଷ ବାରଣାସୀ ଯାହା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |

BHU IMS ର ଜାଣେ ଏମବିବିଏସ ଛାତ୍ର ଆଧ୍ୟାତ୍ମିକ ରାସ୍ତାରେ ଚାଲୁ ଚାଲୁ ଗଙ୍ଗାରେ ଜଳ ସମାଧି ନେଇ ଜୀବନ ଲୀଳା ସମାପ୍ତ କରିଛନ୍ତି | ବିହାରର ନବନୀତ ପରାଶର ଏହିଭଳି ନିଜ ଜୀବନ ଶେଷ କରିଦେଇଛନ୍ତି | ଗତ ଜୁନ ୮ ତାରିଖରୁ ସେ ନିଖୋଜ ଥିଲେ | ତାଙ୍କ ମୃତଦେହ ମିର୍ଜାପୁର ବିନ୍ଧ୍ୟାବାଶିନୀ ମନ୍ଦିର ନିକଟସ୍ଥ ଗଙ୍ଗାରୁ ମିଳିଛି | ବାରଣାସୀ ଲଙ୍କା ଥାନା ପୋଲିସ ମାମଲାର ଯାଞ୍ଚ କଲାପରେ ପୁରା ତଥ୍ୟ ସାମ୍ନାକୁ ଆସିଛି | ଲଙ୍କା ଥାନା ଅଧ୍ୟକ୍ଷ ଅଶ୍ୱିନୀ କୁମାର ଚତୁର୍ବେଦୀ କହିଛନ୍ତି ଯେ, ନବନୀତଙ୍କ ଜୀବନ ସମ୍ପୂର୍ଣ ଭାବେ ଆଧ୍ୟାତ୍ମିକ ଦିଗ ଆଡକୁ ଗତି କରିଥିଲା | ଏହାପରେ ସେ ଏହିଭଳି ପଦକ୍ଷେପ ନେଇଛନ୍ତି | ତାଙ୍କର କାହାଠାରୁ କିଛି ଅଭିଯୋଗ ନଥିଲା |

ସୂଚନାଯୋଗ୍ୟ ଯେ, ଜୁନ ୮ ତାରିଖରେ ନବନୀତ ଅଚାନକ ନିଖୋଜ ହୋଇଯାଇଥିଲେ | ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କର କିଛି ପତା ମିଳିନଥିଲା | ବାରଣାସୀ ଲଙ୍କା ଥାନାରେ ତାଙ୍କ ବାପା ନିଖୋଜ ମାମଲା ରୁଜ୍ଜୁ କରିଥିଲେ | ତାଙ୍କ ବାପା କହିଥିଲେ ଯେ ଶେଷଥର ପାଇଁ ଯେତେବେଳେ ସେ କଥା ହୋଇଥିଲେ ସେ ପ୍ରତି ମାସ ଠାରୁ କିଛି ଅଧିକ ଟଙ୍କା ମାଗିଥିଲେ | ବାପା ପଚାରିବାରୁ ସେ କହିଥିଲେ ରୁଦ୍ରାକ୍ଷ ମାଳା ଏବଂ ଆଉ କିଛି ଆଧ୍ୟାତ୍ମିକ ଜିନିଷ କିଣିବେ | ସେ ହଷ୍ଟେଲରେ ରହୁଥିଲେ | ହଷ୍ଟେଲ ଛାଡିବା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ | କିନ୍ତୁ ଜଣେ ସାଙ୍ଗ କହିଥିଲେ ଯେ ସେ ବିନ୍ଧ୍ୟାବାଶିନୀ ଯିବା କଥା କହୁଥିଲେ | 

ଲଙ୍କା ଥାନା ପୋଲିସ ମିର୍ଜାପୁରରେ ଖୋଜାଖୋଜି କରିଥିଲେ | କିନ୍ତୁ କିଛି ଖୋଜ ଖବର ନ ପାଇବା ପରେ ବିନ୍ଧ୍ୟବାଶିନୀ ମନ୍ଦିର ସିସିଟିଭି ଫୁଟେଜ ଚେକ କରିଥିଲା | ମନ୍ଦିର ନିକଟରୁ ନବନୀତ ନଡ଼ିଆ ଓ ସିନ୍ଦୁର କିଣିଥିବା ସିସିଟିଭିରେ ଦେଖିଥିଲେ | ପଚରାଉଚୁରା ପରେ ଜଣାପଡିଲା ଗଙ୍ଗାରେ ବୁଡ଼ ପକାଇବା ପରେ ଓଦା କପଡାରେ ସେ ମା’ଙ୍କ ଦର୍ଶନ କରିଥିଲେ | ଏହାପରେ ଯେଉଁ ପଣ୍ଡିତଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ ତାଙ୍କୁ ଦକ୍ଷିଣାରେ ନିଜ ବାଇକ ଚାବି ଦେଇଥିଲେ | ଏହାପରେ ଗୋଡ ଧୋଇବା ପାଇଁ ଗଙ୍ଗା ଆଡକୁ ଚାଲିଗଲେ | କିନ୍ତୁ ତାପରେ ସେ ଆଉ ଫେରିନଥିଲେ | ଘାଟ ପାଖରେ ମନ୍ଦୁରା ପାହାଚ ଉପରେ ନଡ଼ିଆ ଓ ସିନ୍ଦୁର ରଖି ଦେଇଥିଲେ | ଏହାପରେ ସେ ଆଉ ମିଳିନଥିଲେ | ଗଙ୍ଗା ଘାଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା |

ପୋଲିସ କହିବାନୁଯାୟୀ, ନବନୀତ ସମ୍ପୂର୍ଣ ଭାବେ ଆଧ୍ୟାତ୍ମିକ ଦିଗକୁ ଚାଲି ଯାଇଥିଲେ ସେଥିପାଇଁ ବୋଧହୁଏ ସେ ମୋକ୍ଷ ପ୍ର[ଟି ପାଇଁ ଜଳ ସମାଧି ନେଇଗଲେ | ମାମଲାରେ ପୋଲିସର ଯାଞ୍ଚ ଜାରି ରହିଛି | BHU ହଷ୍ଟେଲର ଯେଉଁ ୧୮ ନମ୍ବର ରୁମରେ ନବନୀତ ରହୁଥିଲେ ସେହି ରୁମକୁ ପୋଲିସ ସିଲ କରିଛି | ଏକମାତ୍ର ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି | ଅପରପକ୍ଷରେ BHU IMS ର ପୂର୍ବତନ ଚିକିତ୍ସା ଅଧ୍ୟକ୍ଷ ଡ.ବିଜୟ ନାଥ ମିଶ୍ର ଏଥିରେ ତନ୍ତ୍ର ମନ୍ତ୍ର ସହିତ ଜଡିତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି |

   Related Posts