ବିଏଚୟୁ ଡାକ୍ତରଙ୍କ ଦାବି ପ୍ରତିଦିନ ଗଙ୍ଗା ସ୍ନାନ କରୁଥିବା ଲୋକଙ୍କୁ ହେବ ନାହିଁ କରୋନା

Published By : Prameya-News7 Bureau | September 17, 2020 IST

ବନାରସ ୧୭/୦୯: ଗଙ୍ଗା ସ୍ନାନରେ କରୋନା ଦୂର ହେବ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚୟୁ)ର ବରିଷ୍ଠ ଡାକ୍ତର ଏମିତି ଦାବି କରିଛନ୍ତି। ପ୍ରଶ୍ନ ଉଠୁଛି ଏ କଥା କ’ଣ ପ୍ରକୃତରେ ସତ? ଏ ବାବଦରେ ଅଧିକ ଜାଣିବା ପାଇଁ ବିଏଚୟୁର ବରିଷ୍ଠ ଡାକ୍ତର ଦଳ ଏବେ ଗଙ୍ଗା କୂଳରେ ଗବେଷଣାରେ ଲାଗିଛନ୍ତି। ଗଙ୍ଗା କୂଳରେ ରହୁଥିବା ଲୋକ ଯେଉଁମାନେ ପ୍ରତିଦିନ ଗଙ୍ଗା ସ୍ନାନ କରଛନ୍ତି ସେମାନଙ୍କ ସାମ୍ପଲ ନିଆଯାଇଛି। ବରିଷ୍ଠ ଚିକିତ୍ସକ ପ୍ରଫେସର ବିଏନ ମିଶ୍ର କହିଛନ୍ତି ଔଷଧୀୟ ଗୁଣ ଯୁକ୍ତ ଗଙ୍ଗା ଜଳ କରୋନା ଚିକିତ୍ସାରେ ସହାୟକ ହେବ।

ଗଙ୍ଗା ଜଳ ଔଷଧୀୟ ଗୁଣର ବିଶାଳ ଭଣ୍ଡାର। ଏହା ପୂର୍ବ ଗବେଷଣାରୁ ସାମ୍ନାକୁ ଆସି ସାରିଛି। ଗଙ୍ଗା କୂଳରେ ରହୁଥିବା ଲୋକ ନିଇତି ଗଙ୍ଗା ସ୍ନାନ କରନ୍ତି। ତେବେ ସେମାନଙ୍କ ଘରର ଅନ୍ୟ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ହୋଇନାହିଁ। ଏ କାରଣରୁ ଏବେ ବିଏଚୟୁର ସିନିଅର ଦଳ ଏହାର ଗବେଷଣାରେ ଲାଗିଛନ୍ତି। ସେମାନଙ୍କ ନମୁନା ସଂଗ୍ରହ କରାଯିବ ଓ ସ୍ନାନ ସହ ଇମ୍ୟୁନିଟିର କ’ଣ ସମ୍ବନ୍ଧ ରହିଛି ଏ ସମ୍ପର୍କରେ ମଧ୍ୟ ଜାଣିବା ନେଇ ଚେଷ୍ଟା ଚାଲିଛି।

ପୂର୍ବରୁ ଗଙ୍ଗା ଜଳରେ ଭେପରିୟୋଫେଜ୍ ଔଷଧୀୟ ଗୁଣକୁ ନିୟନ୍ତ୍ରଣ କରେ। ମାତ୍ର ଏବେ ଭାୟରୋଫେଜ୍ ମିଳିଥିବା ସାମ୍ନାକୁ ଆସିଛି। ବଡ଼ରୁ ବଡ଼ ଭାଇରସ୍ ମଧ୍ୟ ଗୁଣକାରୀ ଜଳରେ ସ୍ନାନ କଲା ପରେ ଦୂର ହୋଇଯାଏ। ବିଏଚୟୁର ଡାକ୍ତର ଗଙ୍ଗା ଜଳରୁ ପ୍ରସ୍ତୁତ ନାଜଲ ଡ୍ରପ୍ ପ୍ରସ୍ତୁତ କରିଛନ୍ତି। ତେବେ ଗବେଷଣାରେ ୪୯୦ ଲୋକଙ୍କୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.