Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଛତ୍ରପୁର ଥାନାରେ ହାଜର ହେଲେନାହିଁ ବିଜେପି ନେତା ଭୃଗୁ ବକ୍ସିପାତ୍ର

9/02/2019 at 2:54 PM

ଛତ୍ରପୁର ୯|୨:  ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହେଲେନାହିଁ ବିଜେପି ନେତା ଭୃଗୁ ବକ୍ସିପାତ୍ର । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ପାଇଁ ମାସେ ସମୟ ମାଗିଲେ ଭୃଗୁ ।ପୂର୍ବରୁ ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଭୃଗୁ। ଗୋଲକ ମହାପାତ୍ର ସମାନ କାରଣ ଦର୍ଶାଇ ମାସେ ସମୟ ମାଗିଥିଲେ । ପୁଣି ଥରେ ହାଜର ହେବାକୁ ଗୋଲକଙ୍କୁ ନୋଟିସ୍ କରାଯାଇଥିଲା । ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ଗୋଲକ ମହାପାତ୍ରଙ୍କୁ ହାଜର ହେବା ପାଇଁ ନୋଟିସ୍ ଦେଇଥିଲା ପୋଲିସ ।

ବିଜେଡିର ଦୁଇ ଜଣ ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାଏକ ଓ ଅରୁଣ ସାହୁଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ସମନ କରିବା ପରେ ଛତ୍ରପୁରରେ ଘଟିଥିବା ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରାଯାଇଥିଲା । ଫଳରେ ଉଭୟ ଘଟଣାକୁ ରାଜନୈତିକ ଆକ୍ରୋଶ ବୋଲି କୁହାଯାଉଛି ।

୨୦୧୭ ସେପ୍ଟେମ୍ବର ୧୬ତାରିଖରେ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନିର୍ବାଚନକୁ କେନ୍ଦ୍ରକରି ବିବାଦ ଚାଲିଥିବାବେଳେ ଛତ୍ରପୁର ଏଲଆଇସି କଲୋନୀ ନିକଟରେ ଥିବା ଘର ଉପରକୁ ୨୦ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘରେ ପଶି ଲକ୍ଷ୍ମୀଦତ୍ତଙ୍କୁ ଟାଣି ଆଣି ଖଣ୍ଡା ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଲକ୍ଷ୍ମୀଦତ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀଦତ୍ତ ଛତ୍ରପୁର ଓ୍ବାର୍ଡ ନଂ ୬ର ବିଜେଡି କାଉନସିଲର ଥିଲେ ।

   Related Posts