Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ପରିବାର ସଦସ୍ୟ କରୋନା ସଂକ୍ରମିତ ଥିଲେ ପରୀକ୍ଷାର୍ଥୀ ଦେଇ ପାରିବେ ନାହିଁ ଯୁକ୍ତ ୨ ପରୀକ୍ଷା

5/06/2020 at 7:27 PM

ଭୋପାଳ ୦୫।୦୬: କରୋନା ଭାଇରସ୍ ଲକ୍‌ଡାଉନ୍‌ କାରଣରୁ ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଅନେକ ପରୀକ୍ଷା ବାତିଲ୍‌ ହୋଇଥିବା ବେଳେ ଅନେକ ସ୍ଥଗିତ ରଖାଯାଇଛି। ଏହା ମଧ୍ୟରେ ମଧ୍ୟ ପ୍ରଦେଶରେ ଯୁକ୍ତ ୨ ବୋର୍ଡ ପରୀକ୍ଷା  ଜୁନ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାର ପକ୍ଷରୁ ସମସ୍ତ ଜରୁରୀ ମାର୍ଗଦର୍ଶିକା ଜାରି କରାଯାଇଛି। ସରକାରଙ୍କ ଅନୁଯାୟୀ ଥଣ୍ଡା, କାଶ ଓ ହାଲୁକା ଜ୍ଵର ହୋଇଥିବା ଛାତ୍ର-ଛାତ୍ରୀ ଯେମିତି ଯୁକ୍ତ ୨ ବୋର୍ଡ ପରୀକ୍ଷା ଦେଇ ପାରିବେ ତାର ବ୍ୟବସ୍ଥା କରାଯାଉଛି। ଥର୍ମାଲ ସ୍କ୍ରିନିଂ ସମୟରେ ଯେଉଁ ପରୀକ୍ଷାର୍ଥୀଙ୍କ ତାପମାତ୍ରା ନିର୍ଦ୍ଧାରିତ ମାପଦଣ୍ଡରୁ ଅଧିକ ଥିବ ତେବେ ତାଙ୍କୁ ଅଲଗା ଆଇସୋଲେସନ ରୁମରେ ବସାଇ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ। ସରକାରଙ୍କ ଅନୁଯାୟୀ ରାଜ୍ୟସାରା ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ ପ୍ରସ୍ତୁତ କରାଯାଉଛି।

ମଧ୍ୟ ପ୍ରଦେଶ  ବୋର୍ଡ ପରୀକ୍ଷାର୍ଥୀଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ପରୀକ୍ଷାର୍ଥୀଙ୍କ କୌଣସି ବି ସଦସ୍ୟ କରୋନା ସଂକ୍ରମିତ କିମ୍ବା କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ତେବେ ଏମିତି ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷାରେ ସାମିଲ୍  ହୋଇ ପାରିବେ ନାହିଁ। ପରୀକ୍ଷା କେନ୍ଦ୍ରରେ ସାମିଲ ପରୀକ୍ଷାର୍ଥୀଙ୍କୁ କରୋନା ସଂକ୍ରମଣରୁ ମୁକ୍ତ ବଞ୍ଚାଇବା ଲାଗି ଏମପି ବୋର୍ଡ ଏମିତି ନିର୍ଦ୍ଦେଶ ଦେଇଛନ୍ତି।

କଣ୍ଟେନମେଣ୍ଟ କ୍ଷେତ୍ରରେ ସମସ୍ତ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଏମପି ବୋର୍ଡ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ସୁବିଧା ପ୍ରଦାନ କରିଛି। ବୋର୍ଡ ପରୀକ୍ଷାର୍ଥୀଙ୍କୁ କଣ୍ଟେନମେଣ୍ଟ କ୍ଷେତ୍ର ସମ୍ବନ୍ଧିତ ଥାନାରେ ପ୍ରବେଶ ପତ୍ର ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁମତି ମିଳିବ। ରାଜ୍ୟସାରା ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ସ୍ଥିତ ପରୀକ୍ଷା କେନ୍ଦ୍ରକୁ ବଦଳାଇ ଦିଆଯିବ। ରାଜ୍ୟରେ ୨୪ କଣ୍ଟେନମେଣ୍ଟ କ୍ଷେତ୍ରର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବଦଳାଇ ଦିଆଯାଇଛି।

   Related Posts