ଖବରକାଗଜ ମାଲିକ ସେକ୍ସ ରାକେଟ୍ କିଙ୍ଗ୍‌ପିନ୍: ଝିଅଙ୍କୁ ନେଇଯାଉଥିଲେ ବିଦେଶ, ନାବାଳିକାଙ୍କୁ ବେହୋସ୍ କରି ମେଣ୍ଟାଉଥିଲେ କାମନା

Published By : Prameya-News7 Bureau | July 15, 2020 IST

ଭୋପାଲ ୧୫/୦୭ : ଭୋପାଲର ଖବରକାଗଜ ମାଲିକ ତଥା ସେକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ପ୍ୟାରେ ମିଆଁକୁ ପୋଲିସ ଜାମ୍ମୁ କାଶ୍ମୀରରୁ ଗିରଫ କରିଛି | ସ୍ଥାନୀୟ ପୋଲିସ ସହାୟତାରେ ପ୍ୟାରେ ମିଆଁକୁ ଗିରଫ କରାଯାଇଛି | ଭୋପାଲ ଏସପି ସାଇ କ୍ରିଷ୍ଣା କହିଛନ୍ତି ଯେ ମଧ୍ୟ ପୋଲିସ ଖବର ପାଇ ତୁରନ୍ତ ଜାମ୍ମୁରେ ପହଞ୍ଚିଥିଲା | ପ୍ୟାରେ ମିଆଁକୁ ଖୁବ ଶୀଘ୍ର ଭୋପାଲକୁ ଅଣାଯିବ ବୋଲି ଏସପି ସମାଚାର ଏଜେନ୍ସିକୁ କହିଛନ୍ତି | ମଙ୍ଗଳବାର, ଜୁଲାଇ ୧୪ ତାରିଖରେ ମଧ୍ୟ ପ୍ରଦେଶ ପୋଲିସ ଏକ ସ୍ପେଶାଲ ତଦନ୍ତକାରୀ ଟିମ (SIT) ଗଠନ କରିଥିଲା | ଟିମରେ ପୋଲିସ ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ଅଡିସନାଲ ସୁପରିଟେଣ୍ଡେଣ୍ଟ ଏବଂ ୬ଜଣ ପୋଲିସକର୍ମୀ ସାମିଲ ଥିଲେ | ପ୍ୟାରେ ମିଆଁ ନାବାଳିକାଙ୍କୁ ଲଗାତାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଥିଲା | ମଙ୍ଗଳବାର ଦିନ ଭୋପାଲ ସରକାର ପ୍ୟାରେ ମିଆଁର ଏକ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗି ଦେଇଥିଲେ |

ପ୍ୟାରେ ମିଆଁ ବହୁ ଦିନ ହେଲା ଏହି ରାକେଟ ଚଲାଇ ଆସୁଥିଲା କିନ୍ତୁ ପୋଲିସ ନଜରରେ ପଡ଼ିନଥିଲା | ଜୁଲାଇ ୧୨ ତାରିଖ ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ୫ଜଣ ନାବାଳିକା ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା | ପୋଲିସ ଏହି ନାବାଳିକାଙ୍କୁ ପଚରାଉଚୁରା କରିବାରୁ ସେକ୍ସ ରାକେଟ ମାମଲା ସାମ୍ନାକୁ ଆସିଥିଲା | ଏହାପରେ ପୋଲିସ ପ୍ୟାରେ ମିଆଁକୁ ଖୋଜାଖୋଜି ଆରମ୍ଭ କରିଥିଲା | ବୁଧବାର ଦିନ ପୋଲିସ ପ୍ୟାରେ ମିଆଁକୁ ଜାମ୍ମୁ କାଶ୍ମୀରରୁ ଗିରଫ କରିଛି |

ସୂଚନାଯୋଗ୍ୟ ଯେ, ୬୮ ବର୍ଷ ବୟସ୍କ ଦୈନିକ ଅଫକର ଖବରକାଗଜ ମାଲିକ ପ୍ୟାରେ ମିଆଁ ନାବାଳିକାଙ୍କୁ ନେଇ ଏକ ସେକ୍ସ ରାକେଟ ଚଲାଉଥିଲା | କିଛି ଦିନ ପୂର୍ବରୁ ସେ ଫେରାର ହୋଇଯାଇଥିଲା | ପୋଲିସ ହାତରେ ତାର ନକଲି ଇନକମ ଟ୍ୟାକ୍ସ ସାର୍ଟିଫିକେଟ ଲାଗିଥିଲା ଯାହା ସାହାଯ୍ୟରେ ସେ ନାବାଳିକାଙ୍କୁ ବିଦେଶକୁ ଚାଲାଣ କରୁଥିଲା | ୫ଜଣ ନାବାଳିକା ବେହୋସ ଅବସ୍ଥାରେ ଉଦ୍ଧାର ହେବାପରେ ମାମଲା ସାମ୍ନାକୁ ଆସିଥିଲା ଏବଂ ପ୍ୟାରେ ମିଆଁକୁ ଗିରଫ କରିବାକୁ ପୋଲିସ ଏକ ଟିମ ଗଠନ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.