ଖବରକାଗଜ ମାଲିକ ପ୍ୟାରେ ମିଆଁର କଳା କାରନାମା : ଦୁଷ୍କର୍ମ ପରେ ଗର୍ଭବତୀ ନାବାଳିକାଙ୍କ ପିତା କହି କରାଉଥିଲା ଗର୍ଭପାତ
17/07/2020 at 11:39 AM

ଭୋପାଲ ୧୭/୦୭ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରୁ ଯୁବତୀ ତଥା ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଖବରକାଗଜ ମାଲିକ ପ୍ୟାରେ ମିଆଁର ଆଉ ଏକ ପସବିକତା ସାମ୍ନାକୁ ଆସିଛି | ପ୍ୟାରେ ମିଆଁ ଦୁଷ୍କର୍ମ ପରେ ଗର୍ଭବତୀ ହେଉଥିବା ଯୁବତୀଙ୍କର ଗର୍ଭପାତ କରିଦେଉଥିଲା | ଏଥିପାଇଁ ସେ ପୁରୁଣା ସହରରେ ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ବାଛିଥିଲେ | ସେ ନିଜକୁ ନାବାଳିକାଙ୍କ ବାପା କହି ତାଙ୍କର ଗର୍ଭପାତ କରୁଥିଲା | ଚାଇଲ୍ଡଲାଇନ ଓ ପୋଲିସର ତଦନ୍ତରେ ଏହି ମାମଲାର ଖୁଲାସା ହୋଇଛି |

ପ୍ୟାରେ ମିଆଁର ପସବିକତା ଆଚରଣର ଅତ୍ୟନ୍ତ ଘୃଣ୍ୟ କାହାଣୀ ଅଛି | ନାବାଳିକାଙ୍କୁ ନିଜ ଫ୍ଲାଟକୁ ନିଏ ମଦ ପିଇଯାଉଥିଲା | ତାପରେ ତାଙ୍କୁ ଡ୍ୟାନ୍ସ କରିବାକୁ କହୁଥିଲା ଏବଂ ତାପରେ ତାଙ୍କୁ ଦୁଷ୍କର୍ମ କରୁଥିଲା | ଯେଉଁମାନେ ଗର୍ଭବତୀ ହେଇଯାଉଥିଲେ ତାଙ୍କୁ ନେଇ ନର୍ସିଂହୋମରେ ଗର୍ଭପାତ କରାଉଥିଲା | ନିଜ ଝିଅମାନଙ୍କ ବାପା କହୁଥିଲା ଏବଂ ପତ୍ରକାରିତାର ରବି ଦେଖାଉଥିଲା | ପୋଲିସ ବର୍ତ୍ତମାନ ସେହି ନର୍ସିଂହୋମ ଡାକ୍ତରଙ୍କୁ ପଚରାଉଚୁରା କରୁଛି | ଚଢ଼ାଉ ବେଳେ ପ୍ୟାରେ ମିଆଁ ଘରୁ ପୋଲିସ ଅଶ୍ଳୀଳ ଭିଡିଓ ଓ ଫଟୋ ଓ ଲକ୍ଷ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରିଛି |

ଚାଇଲ୍ଡଲାଇନ ଓ ପୋଲିସ ଲଗାତାର ନାବାଳିକାଙ୍କୁ ପଚରାଉଚୁରା କରୁଛି | ଇତି ମଧ୍ୟରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି | ଅଭିଯୁକ୍ତ ପ୍ୟାରେ ମିଆଁ ଜଣେ ଶିଶୁଙ୍କ ସହିତ ଇନ୍ଦୋରରେ ଅନେକଥର ଦୁଷ୍କର୍ମ କରିଛି | ନାବାଳିକା ଗର୍ଭବତୀ ହେବାପରେ ଇନ୍ଦୋରରେ ତାଙ୍କର ସୋନୋଗ୍ରାଫି କରିଥିଲା ଏବଂ ତାପରେ ସାହାଜାହାନବାଦ ସ୍ଥିତ ହସ୍ପିଟାଲରେ ଗର୍ଭପାତ କରାଇଥିଲା | ନାବାଳିକାଙ୍କ ବୟାନ ପରେ ବର୍ତ୍ତମାନ ହସ୍ପିଟାଲ ଷ୍ଟାଫ ମଧ୍ୟ ପୋଲିସ ରାଡ଼ାରରେ |

ତଦନ୍ତରେ ଜଣାପଡିଛି ଯେ ପ୍ୟାରେ ମିଆଁ ଗତ ଅଢେଇ ବର୍ଷ ହେଲା ନାବାଳିକାଙ୍କ ସହିତ ଦୁଷ୍କର୍ମ କରୁଥିଲା | ଇନ୍ଦୋର ସହ ଭୋପାଲରେ ନିଜ ଫ୍ଲାଟରେ ମଧ୍ୟ ଅନେକଥର ଦୁଷ୍କର୍ମ କରିଛି | ଚାଇଲ୍ଡଲାଇନ ଟିମ ଲଗାତାର ନାବାଳିକାଙ୍କୁ କାଉନ୍ସିଲିଙ୍ଗ କରୁଛି | ଆଗାମୀ ଦିନରେ ଆହୁରି ବଡ ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି |

ବୁଧବାର ଦିନ ପୋଲିସ ପ୍ୟାରେ ମିଆଁକୁ ଜାମ୍ମୁ କାଶ୍ମିରରୁ ଗିରଫ କରିଥିଲା | ଏସଆଇଟି ଟିମ ଗୁରୁବାର ଦିନ ଅଭିଯୁକ୍ତ ପ୍ୟାରେ ମିଆଁକୁ ଭୋପାଲ ଆଣିଛି | ଅଭିଯୁକ୍ତ ଜାମ୍ମୁ ଦେଇ ପାକିସ୍ତାନ ଚାଲିଯିବାକୁ ଯୋଜନା କରିଥିଲା ବୋଲି ଜଣାପଡିଛି | ପୋଲିସ କଣ୍ଟ୍ରୋଲ ରୁମରେ ପୋଲିସ ପ୍ୟାରେ ମିଆଁକୁ ଲଗାତାର ପଚରାଉଚୁରା କରୁଛି | ଶୁକ୍ରବାର ଦିନ ତାକୁ ଭୋପାଲ ସ୍ପେଶାଲ କୋର୍ଟରେ ହାଜର କରାଯିବ | ଏହାପରେ ତାକୁ ରିମାଣ୍ଡରେ ନିଆଯିବ |