ନର୍ସ ଚୋରୀ କରି ଦେଉଥିଲେ, ବୟଫ୍ରେଣ୍ଡ ନେଉଥିଲେ: ରେମଡେସିବିର କଳାବଜାରୀ ବେଳେ ଧରିଲା ପୋଲିସ

Published By : Prameya-News7 Bureau | April 24, 2021 IST

ମଧ୍ୟପ୍ରଦେଶ ୨୪/୪: ମହାମାରୀ ବେଳେ ଏକମାତ୍ର ସାହା ଭରସା ପାଲଟିଛି ଭ୍ୟାକସିନ୍ । ହେଲେ ଏହି ଭ୍ୟାକସିନର ଏବେ ଜୋରଦାର ଚାଲିଛି କଳାବଜାରୀ । ଭୋପାଳ ଭୋପାଳରେ ରେମଡେସିବିର ବ୍ଲାକରେ ବିକ୍ରି ବେଳେ ଧରାପଡିଛନ୍ତି ଜଣେ ଯୁବକ । ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିବା ପରେ ଗିରଫ କରିଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ହସ୍ପିଟାଲରେ ଜଣେ ନର୍ସ ଉକ୍ତ ଯୁବକ ଅର୍ଥାତ ନିଜ ବୟଫ୍ରେଣ୍ଡଙ୍କୁ ଚୋରୀ କରି ଆଣି ରେମଡିସେବିର ଦେଉଥିଲେ । ଆଉ ଯୁବକ ଏହାକୁ ନେଇ ବଜାରରେ ବ୍ଲାକରେ ବିକ୍ରି କରୁଥିଲେ । ପୂର୍ବ ଅନୁଯାୟୀ ଯୁବକ ଜଣଙ୍କ ମାର୍କେଟରେ ଭ୍ୟାକସିନକୁ ବ୍ଲାକ ବିକ୍ରି କରୁଥିବାବେଳେ ପୋଲିସ ପୂର୍ବ ଯୋଜନା ଅନୁଯାୟୀ ଯୁବକଙ୍କୁ ମାଡିବସିଥିଲା । ତା ନିକଟରୁ ରେମଡେସିବିର ଟିକାର ବ୍ୟାରେଲ ସବୁ ଜବତ ହୋଇଛି ।

ଯୁବକଙ୍କୁ ପଚରା ଉଚରା କରିବାରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ସେହି ହସ୍ପିଟାଲରେ କାମ କରେ । ତାର ଗାର୍ଲଫ୍ରେଣ୍ଡ ଅର୍ଥାତ୍ ହସ୍ପିଟାଲରେ କାମ କରୁଥିବା ନର୍ସ ଜଣଙ୍କ ଟିକାକରଣ ଦାୟିତ୍ୱରେ ଅଛନ୍ତି । ସେ ଟିକା ଚୋରୀ କରି ଆଣି ଦେବା ପରେ ୨୦ ହଜାରରୁ ୩୦ ହଜାରରେ ଉଭୟ ବିକ୍ରି କରନ୍ତି । ଅଭିଯୁକ୍ତ ଯୁବକ ଗତ ଏପ୍ରିଲ ୧୬ରେ ଇଞ୍ଜେକସନ ଚୋରୀ କରି ଆଣି ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ୧୩ ହଜାର ଟଙ୍କାରେ ବିକିଥିଲା । ପୋଲିସ ଯୁବକଙ୍କୁ ଗିରଫ କରିବା ସହ ନର୍ସ ଗାର୍ଲଫ୍ରେଣ୍ଡଙ୍କୁ ଖୋଜାଖୋଜି ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.