ମଧ୍ୟ ପ୍ରଦେଶରେ ଜୁନ୍ ୧୫ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

Published By : Prameya-News7 Bureau | May 30, 2020 IST

ଭୋପାଳ ୩୦।୦୫: କରୋନା ସଂକ୍ରମଣ ପ୍ରତିରୋଧ ଲାଗି ସମଗ୍ର ଦେଶରେ ଲାଗୁ ଲକ୍‌ଡାଉନ୍‌ ୪.୦ର ଅବଧି ମେ ୩୧ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ଲକ୍‌ଡାଉନ୍‌ ଅବଧି ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଏବେ ସଂପୂର୍ଣ୍ଣ ଭାବେ ଖୋଲା ଯାଇ ପାରିବ ନାହିଁ। ତେଣୁ ସରକାର ଲକ୍‌ଡାଉନ୍‌ର ଅବଧି ଜୁନ ୧୫ ପର୍ଯ୍ୟନ୍ତ  ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଭୋପାଳ ଓ ଇନ୍ଦୋର ପରି ବଡ ସହରରେ ଲକ୍‌ଡାଉନ୍ ହଟାଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.