Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ନବଜାତକ ସହ କ୍ରୁରତା: ଡାହାଣୀ ପିଶାଚଠୁ ଆହୁରି ଭୟଙ୍କର, ଦୁଇ ଦିନର ଶିଶୁକୁ ୧୦୦ଥର ମୁନିଆ ପେଚକସରେ ଖଣ୍ଡିଆଖାବରା କରିଛି ହତ୍ୟାକାରୀ

30/09/2020 at 11:58 AM

ଭୋପାଳ ୩୦/୦୯: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ନବଜାତକ ସହ ହୋଇଥିବା କ୍ରୁରତାର ବୀଭତ୍ସ ମାମଲା ସାମ୍ନାକୁ ଆସିଛି। ଦୁଇ ଦିନର ନବଜାତକ କନ୍ୟା ଶରୀରରେ ସ୍କ୍ରୁ -ଡ୍ରାଇଭରରେ ୧୦୦ରୁ ଅଧିକ ଥର ଛେଦ କରାଯାଇଛି। ଅର୍ଥାତ ହତ୍ୟାକରୀ ଏକ ମୁନିଆ ପେଚକସରେ ପିଲାଟି ଶରୀରକୁ ଅତ୍ୟନ୍ତ ବୀଭତ୍ସ ଭାବେ ଖଣ୍ଡିଆଖାବରା କରିଛି। ତା’ପରେ ଏହାକୁ ଏକ ଶଲରେ ଗୁଡ଼ାଇ ମନ୍ଦିର ପାଖରେ ଫୋପାଡି ଦେଇଛି। ତେବେ ଭୋପାଳରେ ୧୫ ଦିନ ମଧ୍ୟରେ ନବଜାତକ ସହ ହୋଇଥିବା ଏଭଳି ହତ୍ୟାର ଏହା ହେଉଛି ତୃତୀୟ ମାମଲା।

ଅଯୋଧ୍ୟା ନଗରୀ ଇଲାକାରେ ହୋଇଥିବା ଏହି ଘଟଣା ବାବଦରେ ପୋଲିସ୍ ରେଣୁ ମୁରାବ କହିଛନ୍ତି ସେପ୍ଟେମ୍ବର ୨୪ରେ ପିଲାଟିର ମୃତ ଦେହ ବାବଦରେ ସୂଚନା ମିଳିଥିଲା। ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ପିଲାଟିକୁ ଦେଖିବା ପରେ ସେମାନଙ୍କ ଲୋମ ଟାଙ୍କୁରି ଉଠିଥିଲା। ନବଜାତକ ଶରୀରରେ ୧୦୦ରୁ ଅଧିକ  ଛେଦ ଥିଲା। ଯାହାକୁ ସ୍କ୍ରୁ ଡ୍ରାଇଭରରେ କରାଯାଇଛି।

କେହି ଜଣେ ପିଲାକୁ ମନ୍ଦିର ପାଖରେ ଫିଙ୍ଗି ଦେଇଥିବା ପୋଲିସକୁ ସୂଚନା ଦେଇଥିଲେ। ତେବେ ପୋଷ୍ଟମର୍ଟମ ପରେ ଏଭଳି ନାରକୀୟ କାଣ୍ଡର ଖୁଲାସା ହୋଇଛି। ଏବେ ସୁଦ୍ଧା ପିଲାଟି ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ଅଧିକ ସୂଚନା ପାଇଁ ପୋଲିସ ଆଖପାଖ ଇଲାକାର ସିସିଟିଭି ଯାଞ୍ଚ କରୁଛି ।

   Related Posts