କିଏ ସେ ହରିଦେବ, ଯାହାକୁ ଦିଆଯିବ କରୋନାର ପ୍ରଥମ ଭ୍ୟାକସିନ୍: ଭ୍ୟାକସିନ୍ ନେବାପରେ କଥା ହେବେ ମୋଦି

Published By : Prameya-News7 Bureau | January 15, 2021 IST

ଭୋପାଲ ୧୫/୦୧ : ଇଏ ହେଉଛନ୍ତି ହରିଦେବ ଯାହାକୁ ଦିଆଯିବ ପ୍ରଥମ କରୋନା ଟୀକା। ଏଥିପାଇଁ ସେ ନିଜ ପରିବାରକୁ ରାଜି କରାଇଛନ୍ତି। ହରିଦେବ ଜେପି ହସ୍ପିଟାଲରେ ସୁରକ୍ଷାକର୍ମୀ ଅଛନ୍ତି। ତାଙ୍କୁ ପ୍ରଥମ କରୋନା ଟୀକା ଦିଆଯିବ। ସେଥିପାଇଁ ସେ ଖୁସି ଅଛନ୍ତି ବୋଲି କହିଛନ୍ତି। ଟୀକା ଦେବାପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ। ଟୀକା ନେବା ପରେ ମୋଦିଙ୍କ ସହ କଥା ହେଲାପରେ ତାଙ୍କ ଖୁସି ଦୁଇଗୁଣ ହୋଇଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶରେ ଜାନୁଆରୀ ୧୬ ତାରିଖ ସକାଳ ୯ଟା ରୁ କରୋନା ଟୀକାକରଣ ଆରମ୍ଭ ହେବ। ପ୍ରଥମେ ଟୀକା ଅଗଧାଡ଼ିର କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସକର୍ମୀଙ୍କୁ ଦିଆଯିବ। ଏଥିପାଇଁ ସବୁ ପ୍ରସ୍ତୁତି ହୋଇସାରିଛି। ଭ୍ୟାକସିନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନ୍ୟାସନାଲ୍ ହେଲ୍ଥ ମିଶନର ଅଧିକାରୀଙ୍କ ସହ ଗୁରୁବାର ଦିନ ବୈଠକ କରିଛନ୍ତି। ଭ୍ୟାକସିନକୁ ନେଇ ଜିଲ୍ଲା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଭ୍ୟାକସିନ ଦିଆଯିବ। ଏହି ମାମଲାରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ମଧ୍ୟ କାମ କରିବନି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମାଜସେବୀ, ଜନପ୍ରତିନିଧି ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଟୀକାକରଣ ଅଭିଯାନକୁ ସଫଳ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ସରକାର ଟୀକାକରଣ ପାଇଁ ପ୍ରାଥମିକତା ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ଧାର୍ଯ୍ୟ ଚରଣ ହିସାବରେ ହିଁ ଟୀକାକରଣ ହେବ। ଟୀକାକରଣକୁ ନେଇ କୌଣସି ପ୍ରକାର ଭ୍ରମ ସୃଷ୍ଟି ନ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ଏଥିପାଇଁ ସେ ଧର୍ମଗୁରୁ ଓ ସାମାଜିକ ସଂଗଠନର ସହଯୋଗ ପାଇଁ ମଧ୍ୟ ଅପିଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.