Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ଯାଅ ମର, ତୁମ ଇଚ୍ଛା ଯାହା କରିଯାଅ’: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶିକ୍ଷା ମନ୍ତ୍ରୀଙ୍କ ଏପରି ବୟାନ

30/06/2021 at 3:00 PM

ଭୋପାଳ ୩୦/୬: ଅଭିଭାବକଙ୍କୁ ମନ୍ତ୍ରୀ କହିଲେ ଯାଅ, ମର । ଯାହା ଇଚ୍ଛା ସେୟା କର । ବିଦ୍ୟାଳୟ ଓ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପାରମାରଙ୍କ ଏପରି ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ଅଭିଭାବକମାନଙ୍କୁ ଏମିତି କହିଛନ୍ତି ମନ୍ତ୍ରୀ ଇନ୍ଦର ସିଂହ ପରମାର । ମଧ୍ୟପ୍ରଦେଶର ପଲକ ମହାସଂଘ ୮୦ ପ୍ରତିଶତ ଅଭିଭାବକ କିଛି ବ୍ୟାନର ଧରି ଭୋପାଳରେ ଥିବା ତାଙ୍କ ସରକାରୀ ବାସଭବନରେ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ।

ମହାସଂଘ କହିଥିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଦ୍ୟାଳୟଗୁଡ଼ିକ କେବଳ ଟ୍ୟୁସନ ଫି ଆଦାୟ କରିବା କଥା । ହେଲେ ସ୍କୁଲ ପକ୍ଷରୁ ସେସବୁ କରୁନଥିବା ଅଭିଯୋଗ କରିବାକୁ ଯାଇଥିଲେ ଅଭିଭାବକ । ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ, ସେମାନଙ୍କର ଏହି ଅଭିଯୋଗ ଶିକ୍ଷା ବିଭାଗ ଶୁଣୁନାହିଁ । ଫଳରେ ବାଧ୍ୟ ହୋଇ ଆମେ ଆପଣଙ୍କ ପାଖକୁ ଆସିଛୁ ।

ହେଲେ ମନ୍ତ୍ରୀ ଅଭିଯୋଗ ଦାବି ଶୁଣିବା ତ ଦୂରର କଥା ପ୍ରତିକ୍ରିୟାରେ ମନ୍ତ୍ରୀ ବାଢିଥିଲେ ଅଜବ ଯୁକ୍ତି । ମନ୍ତ୍ରୀ କହିଥିଲେ ଯାଅ ସବୁ ମରିଯାଅ । ଯାହା ଇଚ୍ଛା କର ତାହା କର।” ଆଉ ମନ୍ତ୍ରୀଙ୍କ ଏହି ଉତ୍ତର ସମସ୍ତ ଅଭିଭାବକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ପଲକ ମହସଙ୍ଗର ସଭାପତି କମଲ ବିଶ୍ୱକର୍ମା କହିଛନ୍ତି ଯେ ଆମ ନିବେଦନ ଶୁଣିବାକୁ ଇଚ୍ଛୁକ ନାହାଁନ୍ତି ମନ୍ତ୍ରୀ । ଯଦି ଦାବି ନ ଶୁଣିବେ ତାହେଲେ ଇସ୍ତଫା ଦିଅନ୍ତୁ ନଚେତ ଆମକୁ କ୍ଷମା ମାଗନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମନ୍ତ୍ରୀ ଆମମାନଙ୍କୁ କ୍ଷମା ମାଗିବେ ନାହିଁ, ତେବେ ପଲକ ମହାସଙ୍ଗ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବେ । ମନ୍ତ୍ରୀଙ୍କ ଆଚରଣ ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିକଟରେ ଅଭିଯୋଗ କରିବୁ । ଦରକାର ପଡିଲେ ଆଇନଗତ ନୋଟିସ ପଠାଇବୁ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ୨୦୨୦ ନଭେମ୍ବରରେ ହାଇକୋର୍ଟ ମହାମାରୀ ସମୟରେ ସ୍କୁଲ ଫିସ ବିଷୟରେ ନିର୍ଦ୍ଦେଶନାମା ଜାରି କରିଥିଲେ । ବିଦ୍ୟାଳୟଗୁଡ଼ିକ ଅନଲାଇନ୍ କ୍ଲାସ୍ ଚଳାଉଛନ୍ତି । କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଫି ଆଦାୟ କରୁଛନ୍ତି ଏବଂ କେତେକ ବିଦ୍ୟାଳୟ ମଧ୍ୟ ଫି ବଢାଇଛନ୍ତି । ମହାମାରୀ ପର୍ଯ୍ୟନ୍ତ କେବଳ ଟ୍ୟୁସନ ଫି ଆଦାୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

   Related Posts