Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭୋପାଳ ବଜାରରେ ମିଳୁଛି ଦାମୀ ଭେଣ୍ଡି, ଦାମ ଜାଣିଲେ ଉଡିଯିବ ହୋସ୍

7/09/2021 at 11:07 AM

ଭୋପାଳ ୦୭/୦୯ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ମାର୍କେଟରେ ମିଳୁଛି ଦାମୀ ପରିବା । ପରିବା ମାନେ କେବଳ ଭେଣ୍ଡୀ । ତେବେ ଏହି ଭେଣ୍ଡି ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ତା ପୁଣି ଲାଲ୍ ରଙ୍ଗର ଭେଣ୍ଡି । ଭେଣ୍ଡି ତ ସବୁଜ ରଙ୍ଗର ଥାଏ । କିନ୍ତୁ ଲାଲ୍ ତା ପୁଣି ଦାମିକିଆ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ।

ଏଠାରେ ୮୦୦ ଟଙ୍କାରେ ମିଳୁଛି କିଲେ ଭେଣ୍ଡି । ଏଠାକାର ଜଣେ ଚାଷୀ ଲାଲ ରାଜପୁତ ଏହି ବିଶେଷ ପ୍ରକାରର ଭେଣ୍ଡି ଚାଷ କରି ଏବେ ଚର୍ଚ୍ଚାରେ । ସେ ଏବେ ଏହି ଚାଷ କରି ମାଲାମାଲ୍ ହୋଇଯାଇଛନ୍ତି । ଏବେ ତାଙ୍କ ପାଖକୁ ଛୁଟିଛି ଲୋକଙ୍କ ସୁଅ । ଯେତିକି କିଣିବା ପାଇଁ ବରଂ ଚାଷ ପ୍ରାଣାଳୀ ଜାଣିବାକୁ ଲୋଗିଛି ଲୋକଙ୍କ ଗହଳି । ଦୂରଦୂରାନ୍ତରୁ ଲୋକ ଆସି ଭେଣ୍ଡି ଚାଷ ବିଷୟରେ ସୂଚନା ନେଉଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲାଲ ଭେଣ୍ଡିର ମୂଲ୍ୟ ବଜାରରେ ଚଢା ଦରରେ ରହିଛି । ଭୋପାଳ କୃଷକ ମିଶ୍ର୍ରିଲାଲ ରାଜପୁତ ଲାଲ୍ ଭେଣ୍ଡିର ଚାଷ ପାଇଁ ତାଲିମ ନେବାକୁ ବନାରସ ଯାଇଥିଲେ । ସେଠାରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବୁଲ୍ ରିସର୍ଚ୍ଚ ସେଣ୍ଟରରେ ଲାଲ୍ ଭେଣ୍ଡି ଚାଷ କରିବାର ପଦ୍ଧତି ଶିଖିଲେ । ଏଠାରେ ସୂଚନା ଥାଉକି ଯେ ପୂର୍ବରୁ ଏହି ପ୍ରକାରର ଭେଣ୍ଡି ଇଉରୋପୀୟ ଦେଶମାନଙ୍କରେ ଚାଷ କରାଯାଉଥିଲା ଏବଂ ଏହା ଭାରତୀୟ ବଜାରରେ ଆମଦାନୀ ହେଉଥିଲା ।

   Related Posts