ସରକାରଙ୍କ ବିରୋଧରେ ହାଇକୋର୍ଟ ଯିବେ ନିଲମ୍ବିତ ପୂର୍ବତନ ଡିଜି ପୁରୁଷୋତ୍ତମ ଶର୍ମା: କହିଲେ ବହୁ ବର୍ଷ ହେଲା ସହ୍ୟ କରୁଛି ପତ୍ନୀଙ୍କ ପ୍ରତାଡନା

Published By : Prameya-News7 Bureau | September 30, 2020 IST

ଭୋପାଲ ୩୦/୦୯ : ମଧ୍ୟ ପ୍ରଦେଶରେ ସ୍ପେଶାଲ ଡିଜି ପଦବୀରୁ ହଟାଇ ଦିଆଯାଇଥିବା ପୁରୁଷୋତ୍ତମ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି । ଏହା କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି । ସେ ଏହି ମାମଲାକୁ ପୁରୁଷ ପ୍ରତାଡନା ମାମଲା କହିଛନ୍ତି । ପୁରୁଷୋତ୍ତମ ଶର୍ମା ଗୃହ ବିଭାଗକୁ ପଥିରେଥିବା ନିଜ ଜବାବରେ କହିଛନ୍ତି ଯେ ଏହା ପୁରୁଷ ପ୍ରତାଡନା ମାମଲା । ଏହି ମାମଲା ଘରୋଇ ହିଂସାର ନୁହେଁ କି ମହିଳା ପ୍ରତାଡନାର ନୁହେଁ । ସେ କହିଛନ୍ତି ଭିଡିଓ ସମ୍ପୂର୍ଣ ଯୋଜନାବଦ୍ଧ । ସେ ମାରପିଟ୍ କରିନଥିଲେ ବରଂ ଠେଲାପେଲା କରିଥିଲେ । ସେ ବହୁ ବର୍ଷ ହେଲା ନିଜ ପତ୍ନୀର ପ୍ରତାଡନା ସହ୍ୟ କରିଆସୁଛନ୍ତି ଏବଂ ପରିବାରକୁ ବଞ୍ଚାଇବା ପାଇଁ ସେ ଏତେ ବର୍ଷ ହେଲା କୌଣସି ପଦକ୍ଷେପ ନେଇନଥିଲେ ବୋଲି କହିଛନ୍ତି । ନିଜ ପକ୍ଷ ରଖି ଜବାବରେ ସେ କହିଛନ୍ତି ଲୋକ ଅଭିଯୋଜନା ପଦବୀରୁ ହଟାଇବା ନିଷ୍ପତ୍ତିକୁ ସେ ସ୍ୱୀକାର କରିଥିଲେ କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ନିଲମ୍ବନକୁ ନେଇ ସେ ଦୁଃଖିତ ଏବଂ ଏଥିପାଇଁ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ।

{"id":336506,"sizeSlug":"large"}

ମଧ୍ୟ ପ୍ରଦେଶ ଇତିହାସରେ ପ୍ରଥମଥର ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି | ପତ୍ନୀଙ୍କୁ ମାରପିଟ କରିଥିବା ଭିଡିଓ ଭାଇରାଲ ହେବାପରେ ସରକାର ପ୍ରଥମେ ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ଲୋକ ଅଭିଯୋଜନା ପଦବୀରୁ ହଟାଇ ଦିଆଯାଇଥିଲା | ଏହାପରେ ତାଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଓ ଏହି ସ୍ପଷ୍ଟୀକରଣ ଉପରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବାକୁ ଆଦେଶ ଦେଇଥିଲେ । ଗୃହ ବିଭାଗର ଆଦେଶରେ ଏଲକହଜାଇଥିଲା ଯେ ପୁରୁଷୋତ୍ତମ ଶର୍ମାଙ୍କୁ ୨୭ ତାରିଖର ଭାଇରାଲ ଭିଡିଓ ସମ୍ବନ୍ଧରେ ୨୮ ତାରିଖରେ ସ୍ପଷ୍ଟୀକରଣ ନୋଟିସ ଜାରି କରାଯାଇଥିଲା । କିନ୍ତୁ ତାଙ୍କ ଜବାବ ଅସନ୍ତୋଷଜନକ ଥିଲା । ସେଥିପାଇଁ ତାଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି । ନିଲମ୍ବିତ ସମୟରେ ପୁରୁଷୋତ୍ତମ ଶର୍ମା ପୋଲିସ ମୁଖ୍ୟାଳୟରେ ରହିବେ ।

{"id":336507,"sizeSlug":"large"}

ଏକ ଗଣମାଧ୍ୟମକୁ ପୁରୁଷୋତ୍ତମ ଶର୍ମା କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ବ୍ଲାକମେଲ କରୁଛନ୍ତି । ସେ ତାଙ୍କ ପାଖରେ ଏହିଭଳି ଦାବି ରଖିଛନ୍ତି ଯାହା ସେ ଜୀବନରେ କେବେ ପୁରା କରିପାରିବେ ନାହିଁ । ଯୋଜନାବଦ୍ଧ ଭାବେ ତାଙ୍କର ଭିଡିଓ କରି ତାକୁ ଭାଇରାଲ କରାଯାଇଛି । ଦାବି ପୂରଣ ନ କଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯିବ ବୋଲି ତାଙ୍କୁ ଧମକ ମଧ୍ୟ ଦିଆଯାଉଛି ବୋଲି ପୁରୁଷୋତ୍ତମ ଶର୍ମା କହିଛନ୍ତି । ତାଙ୍କ ପତ୍ନୀ ଏକ କୋଟି ଟଙ୍କା, ସ୍ୱାମୀଙ୍କ ଦରମାର ଅଧା ଓ ଅଧା ପେନସନ ସହ ଅନେକ ଜାଗାରେ ଘର ଦାବି କରାଯାଇଛି ବୋଲି ପୁରୁଷୋତ୍ତମ ନିଜ ପତ୍ନୀ ବିରୋଧରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.