Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଛତିଶଗଡ ପରେ ଭୋପାଳରେ, ଦୁର୍ଗା ବିସର୍ଜନ ବେଳେ ନୀରିହ ଶିଶୁ ଉପରେ ମାଡିଗଲା କାର୍

17/10/2021 at 9:55 AM

ଭୋପାଳ ୧୭/୧୦: ଛତିଶଗଡର ଜଶପୁର ଘଟଣା ମନରୁ ନଲିଭୁଣୁ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଏଭଳି ଘଟଣା । ଭୋପାଳରେ ଦୁର୍ଗା ବିସର୍ଜନ ସମାରୋହରେ ଜଡିତ ଲୋକଙ୍କ ଉପରେ ମାଡ଼ିଯାଇଛି କାର୍ । ଏହି ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛନ୍ତି । ବାଜରିଆର ଭୋପାଳ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି ।

ସୂଚନାନୁସାରେ, ଭୋପାଳର ରେଳ ଷ୍ଟେସନ ନିକଟ ବାଜରିଆ ତିରାହରେ ଶନିବାର-ରବିବାର ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଛି ଏମିତି ଘଟଣା । ବିସର୍ଜନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ହେଲେ ହଠାତ୍ ଏକ କାର ଭିଡ଼ ଭିତରକୁ ପ୍ରବେଶ କରିଥିଲା । ଏହି ସମୟରେ ଦ୍ରୁତଗାମୀ ବେଗରେ ଆସୁଥିବା କାରଟିକୁ ରିଭର୍ସ ନେଇଥିଲେ ।

ତେବେ ଏହି ସମୟରେ ଏକ ଶିଶୁ କାରର ଚକ ତଳେ ଆସିଥିଲେ । କାରର ଚକ ତଳେ ଆସିଥିବା ପିଲାଟିକୁ ସଂଗେ ସଂଗେ ଉପସ୍ଥିତ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ବର୍ତ୍ତମାନ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପରେ ଡାକ୍ତରମାନେ ଶିଶୁକୁ ଡିସଚାର୍ଜ କରିଥିଲେ । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଏକ କାର ମାଡିଯାଉଥିବାର ଦେଖିବାକୁ ମିଳିଛି । ସେପଟେ ଦୁର୍ଘଟଣାକୁ ଗୁରୁତର ସହ ନେଇ ଭୋପାଳ ପୋଲିସ ତଦନ୍ତ ଆରମ୍ଭ କରିଛି । କାରର ନମ୍ୱର ଜାଣିବାକୁ ପୋଲିସ ଘଟଣାସ୍ଥଳରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି ।

   Related Posts