ଭୂତନାଥର ସିମ୍ପଲ୍ ବଙ୍କୁ ଏବେ ସ୍ମାର୍ଟ ଆଣ୍ଡ ଡ୍ୟାସିଙ୍ଗ୍,୧୧ ବର୍ଷରେ କେମିତି ବଦଳିଛି ଲୁକ୍…

Published By : Prameya-News7 Bureau | December 16, 2019 IST

ମୁମ୍ବାଇ୧୬|୧୨: ବଲିଉଡରେ ଏମିତି ଅନେକ ଫିଲ୍ମ ଅଛି ଯାହା ଦେଖିଲେ ଆମକୁ ଆମ ପିଲାଦିନ ମନେ ପଡେ। ଏହି ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ଭୂତନାଥ। ପ୍ରାୟତଃ ଲୋକେ ଭୂତନାଥ ଫିଲ୍ମ ଦେଖିଥିବେ। ଅଧିକାଂଶ ପିଲାମାନେ ଏହି ଫିଲ୍ମ ଦେଖିବା ବହୁତ ପସନ୍ଦ କରନ୍ତି।    

{"id":198481,"sizeSlug":"large"}

ତେବେ ଆଜି ଏହି ଫିଲ୍ମ ଜଡିତ ଜଣେ କଳାକାରଙ୍କ ବିଷୟରେ ଜାଣନ୍ତୁ ଯିଏ ନିଜ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଫିଲ୍ମ ଭୂତନାଥରେ ବଙ୍କୁ ଭୂମିକାରେ ଅଭିନୟ କରିଥିବା ଶିଶୁକଳାକାର ଏବେ ବହୁତ ଅଲଗା ଦେଖାଯାଉଛନ୍ତି। ୨୦୦୮ ମସିହାରେ ବଲିଉଡ ଫିଲ୍ମ ଭୂତନାଥ ରିଲିଜ ହୋଇଥିଲା।

{"id":198482,"width":551,"height":534,"sizeSlug":"large"}

ଏହା ଥିଲା  ଏକ କମେଡି ହରର ଫିଲ୍ମ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଜୁହି ଚାୱଲା, ଶାହରୁଖ ଖାନ, ରାଜପାଲ ୟାଦବଙ୍କ  ଭଳି କଳାକାର ପ୍ରମୂଖ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ଆଜି ମଧ୍ୟ ଦର୍ଶକ ଭୂତନାଥ ଫିଲ୍ମ ଦେଖିବା ବହୁତ ପସନ୍ଦ କରନ୍ତି। ୨୦୧୪ ମସିହାରେ ଫିଲ୍ମର ସିକ୍ବେଲ ମଧ୍ୟ ରିଲିଜ ହୋଇଥିଲା।

{"id":198483,"width":541,"height":677,"sizeSlug":"large"}

ଫିଲ୍ମରେ ବଙ୍କୁ ଭୂମିକାରେ ଅଭିନୟ କରିଥିବା ଶିଶୁ କଲାକାରଙ୍କ ଅସଲି ନାଁ ହେଉଛି ଅମନ ସିଦ୍ଦୀକି। ଅମନ ଦିଲ୍ଲୀରେ ଜନ୍ମ ହୋଇଥିଲେ। ଅମନ ଟିଭି ବିଜ୍ଞାପନରେ ମଧ୍ୟ ନଜର ଆସିସାରିଛନ୍ତି। ୨୦୧୩ ମସିହାରେ ରିଲିଜ ହୋଇଥିବା ଫିୁଲ୍ମ ଶିବାଲିକାରେ ଅଭିନୟ କରିଥିଲେ ଅମନ। ତେବେ ଅମନଙ୍କ ଲୁକ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ପୂର୍ବ ଅପେକ୍ଷା ସେ ଏବେ ବହୁତ ଅଲଗା ଦେଖାଯାଉଛନ୍ତି। ଏବେ ସେ ସ୍ମାର୍ଟ ଓ ଖୁବ ଡାସିଙ୍ଗ୍‌ । ଅମନ ଜଣେ ଗାୟକ ହେବାକୁ ଚାହାନ୍ତି। ସେଥିପାଇଁ ଅଧିକାଂଶ ସମୟରେ ସେ ନିଜର ଗୀତ ସୋସିଆଲ ମିଡିଆରେ ଅପଲୋଡ୍‌ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.