ଅଯୋଧ୍ୟା: ରାମ ମନ୍ଦିରର ଭୂମି ପୂଜନ ଏପ୍ରିଲ ୩୦ରେ, ସମସ୍ତ ନଦୀର ଜଳ ଓ ତୀର୍ଥର ମାଟି ଚଢାଯିବ

Published By : Prameya-News7 Bureau | March 19, 2020 IST

ଲକ୍ଷ୍ନୌ ୧୯।୦୩: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମିର ଭୂମି ପୂଜନକୁ ନେଇ ବଡ ଖବର ଆସିଛି। ସୂତ୍ର ଅନୁସାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ଏପ୍ରିଲ ୩୦ରେ କରାଯିବ। ଏହାର ଆନୁଷ୍ଠାନିକ ଘୋଷଣା ଆଗାମୀ ମାସ ଏପ୍ରିଲ ୪ରେ ଟ୍ରଷ୍ଟର ବୈଠକରେ କରାଯିବ।

ସୂଚନା ଅନୁସାରେ ଟ୍ରଷ୍ଟ ଏହି ଆୟୋଜନରେ ସାମିଲ ହେବା ଲାଗି ଆରଏସଏସର ସର ସଙ୍ଘ ଚାଳକ ମୋହନ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଆମନ୍ତ୍ରିତ କରିବ। ଏହି ଭୂମି ପୂଜନ ପାଇଁ ଦେଶର ପ୍ରତ୍ୟେକ ପବିତ୍ର ନଦୀର ଜଳ ଅଣାଯିବ। କେବଳ ଏତିକି ନୁହଁ ସମସ୍ତ ତୀର୍ଥର ମାଟି ମଧ୍ୟ ଅଯୋଧ୍ୟା ନିଆଯିବ। ଏହା ପୂର୍ବରୁ ମାର୍ଚ୍ଚ ୨୫ରେ ଅସ୍ଥାୟୀ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ।

{"id":241117,"sizeSlug":"large"}

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ବିଶେଷ ପ୍ରସ୍ତୁତି

ଏମିତିରେ ମାର୍ଚ୍ଚ ୨୫ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଯୋଗୀ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ସହିତ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ନବରାତ୍ରର ପ୍ରଥମ ଦିନ ହୋଇ ଥିବାରୁ ଏହି ଦିନ ପାଇଁ ସ୍ଵତନ୍ତ୍ର ଫଳାହାରୀ ପ୍ରସାର ବ୍ୟବସ୍ଥା କରାଯାଇଛି। ରାମଲଲା ଫଳାହାର ସେବନ କରିବେ। ରାମ ନବମୀ ଅବସରରେ ରାମଲଲାଙ୍କ ଜନ୍ମକୁ ମଧ୍ୟ ପ୍ରଥମ ଥର ସିଧା ପ୍ରସାରଣ କରିବାକୁ ଯୋଜନା କରାଯାଇଛି। ଟ୍ରଷ୍ଟ ଏହା ଉପରେ ବିଚାର କରୁଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.