Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

Bhool Bhulaiyaa-2 ଫାଷ୍ଟ ଟିଜର୍ ରିଲିଜ୍ : ଜବରଦସ୍ତ ଲୁକ୍‌ରେ ନଜର ଆସିଲେ କାର୍ତ୍ତିକ୍ ଆର୍ଯ୍ୟନ୍

30/09/2021 at 8:30 AM

ମୁମ୍ବାଇ ୩୦/୦୯ : ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଖୁବ୍‌ ଖୁସି ହେବା ସହ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ରଖିଛନ୍ତି। ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବାର ଦେଖାଯାଇଛି। କାର୍ତ୍ତିକ୍ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ଭୁଲ୍ ଭୁଲେୟା- ୨’ ମଧ୍ୟ ଏହି ତାଲିକାରେ ସାମିଲ୍ ରହିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ୟନ୍ ଏକ ନୂଆ ପୋଷ୍ଟର ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ତେବେ ଫିଲ୍ମ ‘ଭୁଲ୍ ଭୁଲୟା‘ ର ପ୍ରଥମ ଭାଗ ୨୦୦୭ ରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ୍ ଏବଂ ଜ୍ୟୋତି ଅହୁଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେ ସମୟରେ ଫିଲ୍ମଟି ଲୋକଙ୍କୁ ବେଶ ଆକୃଷ୍ଟ କରିଥିବା ସହ ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା। ତେବେ ପୁନଃବାର ଫିଲ୍ମ ‘ଭୁଲ୍ ଭୁଲେୟା-୨‘ ର ସିକ୍ୱେଲ୍ ରିଲିଜ୍ ହେବାକୁ ଯାଉଛି। ୨ ମାର୍ଚ୍ଚ ୨୦୨୨ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବ ବୋଲି ଫିଲ୍ମ ନିର୍ମାତା ଆନିସ୍ ବାଜମିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫିଲ୍ମର ମୁଖ୍ୟ ଭୂମିକାରେ ‘କାର୍ତ୍ତିକ ଆର୍ୟନ‘ ଓ ‘କିଆରା ଆଡଭାନୀ‘ ରହିବେ।

ନିକଟରେ ଫିଲ୍ମର ଏକ ମୋସମ୍ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ମୋସନ ପୋଷ୍ଟରରେ କାର୍ତ୍ତିକଙ୍କ ଜବରଦସ୍ତ ଜଲୱା ଦେଖିବାକୁ ମିଳିଛି। ପୋଷ୍ଟର ସେୟାର କରିବା ସହ କାର୍ତ୍ତିକ କହିଛନ୍ତି ଯେ ଫିଲ୍ମଟିକୁ ଆପଣ ୨ ମାର୍ଚ୍ଚ ୨୦୨୨ରେ ନିକଟତମ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଅଭିନେତା କାର୍ତ୍ତିକ, କିଆରା ଏବଂ ତବୁ ପରଦା ଆଗରେ ଏକାଠି କାମ କରୁଥିବାର ଦେଖାଯିବେ।

ତେବେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବ କି ନାହିଁ, ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ସମାନ ଦିନରେ ହଲିଉଡ୍‌ ମାର୍ବଲ୍ସ ପ୍ରଡକ୍ସନର ବହୁ ଚର୍ଚ୍ଚିତ ଫିଲ୍ମ ‘ଡକ୍ଟର ସ୍ଟ୍ରେଞ୍ଜ ଇନ୍ ଦ୍ ମଲ୍ଟିୱର୍ସ ଅଫ୍ ମ୍ୟାଡନେସ‘ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ବହୁଚର୍ଚ୍ଚିତ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍ର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ସଂଘର୍ଷ ମଧ୍ୟରେ ଫିଲ୍ମ ଭୁଲ୍ ଭୁଲେୟା ବାଜି ମାରିବ କି ନାହିଁ, ତାହା ଦେଖିବାକୁ ରହିଲା।

   Related Posts