କରୋନା ଦୁଃଖ : ମନ୍ଦିର ବନ୍ଦ ଯୋଗୁଁ ଭୋକିଲା ରହିଯାଉଛନ୍ତି ଫୁଟପାଥରେ ରହୁଥିବା ଲୋକେ

Published By : Prameya-News7 Bureau | March 25, 2020 IST

ପୁନେ ୨୫/୦୩ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧି ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରୁଛି। ସମଗ୍ର ଦେଶ ୨୧ ଦିନ ପାଇଁ ବନ୍ଦ ହୋଇଯାଇଛି। ଟ୍ରେନ୍, ବସ୍, ବିମାନ ସବୁ ବନ୍ଦ ରହିଛି। କରୋନା ଭୟରେ ଲୋକମାନେ ଘରେ ବନ୍ଦ ହୋଇ ରହିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ ଏବଂ ହିମାଚଳରେ କର୍ଫ୍ୟୁ ଲାଗୁ ହୋଇସାରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ କର୍ଫ୍ୟୁ, ଲକଡାଉନ୍, ପରିବହନ ଓ ବନ୍ଦ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଉପରେ ଅନେକ ପ୍ରଭାବ ପକାଇଛି । ଏହିଭଳି ସଙ୍କଟ ସମୟରେ ଗରିବ ଲୋକଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ଉଚିତ | କାରଣ ଗରିବ ଲୋକଙ୍କ ଦୈନନ୍ଦିନ ଜୀବନରେ କରୋନା ଅନେକ ପ୍ରଭାବ ପକାଇଛି | ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି | ସବୁ ବନ୍ଦ ରହିଥିବାରୁ ଖଟିଖିଆଙ୍କ ଦୁଃଖ ନ କହିଲେ ଭଲ |

ବହୁ ବର୍ଷ ଧରି ଗାନ୍ଧୀସାଗର ହ୍ରଦରୁ ଶବ ବାହାର କରିଥିବା ଜଗଦୀଶ ଖେର ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣ ହେତୁ ନିଜ ଜୀବିକା ହରାଇ ସାରିଛନ୍ତି | ବର୍ତ୍ତମାନ ସେ ଫୁଟପାଥ ଲୋକଙ୍କୁ ଖାଇବାକୁ ଦେବା କାମ କରୁଛନ୍ତି। ଖେର କହିଛନ୍ତି ଯେ ରାସ୍ତାରେ ରହୁଥିବା ଶହ ଶହ ଲୋକ ମନ୍ଦିର, ଚାରିଟେବୁଲ ଟ୍ରଷ୍ଟ ଏବଂ ସ୍ଥାନୀୟ ଲୋକଙ୍କ କୃପାରୁ ଖାଇବାକୁ ପାଉଥିଲେ । ଏହି ମହାମାରୀ ସବୁକିଛି ବନ୍ଦ କରିଦେଇଛି | ମନ୍ଦିର, ମସଜିଦ ବନ୍ଦ ରହିଛି | ଲୋକେ ଆସୁନାହାନ୍ତି ଯେଉଁଥିପାଇଁ ଫୁଟପାଥରେ ରହୁଥିବା ଗରିବଲୋକ ଖାଇବାକୁ ବି ପାଉନାହାନ୍ତି |  ଏପରି ଲୋକମାନେ ଭୋକିଲା ରହିଯାଉଛନ୍ତି | ଏହି ଗରିବମାନେ ଯେମିତି ଭୋକିଲା ନ ରହିବେ ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି | ସେ ପ୍ରତିଦିନ ୩୦୦ ରୁ ୪୦୦ ଲୋକଙ୍କ ଘରୁ ଖାଦ୍ୟ ସଂଗ୍ରହ କରନ୍ତି ଏବଂ ଫୁଟପାଥରେ ରହୁଥିବା ଲୋକଙ୍କ ଖାଇବାକୁ ଦେଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.